Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସଙ୍କୀର୍ତ୍ତନ, ଘଣ୍ଟ ଘଣ୍ଟା ଓ ମାଦଳର ତାଳେ ତାଳେ ଶୋଭାଯାତ୍ରାରେ ତିନୋଟି ରଥ ଚକକୁ ସହର ପରିକ୍ରମା କରାଯାଇ ଭବାନୀଶଙ୍କର ମନ୍ଦିରକୁ ଅଣାଯାଇଥିଲା। ମନ୍ଦିରର ଦ୍ବାର ଦେଶରେ ରଥ ଚକକୁ ବନ୍ଦାପନା କରି ମନ୍ଦିର ପରିସରକୁ ନିଆ ଯାଇଥିଲା। ରୀତି ନୀତି ସହିତ ତିନୋଟି ରଥ ଚକକୁ ପୂଜାର୍ଚ୍ଚନା କରି ମନ୍ଦିର ପରିସରରେ ସ୍ଥାପନ କରାଯାଇଥିଲା। ଭବାନୀ ଶଙ୍କର ମନ୍ଦିର ପୂଜକ ମନୋଜ କୁମାର ମୁନିଙ୍କ ତତ୍ତ୍ଵାବଧାନରେ ଶ୍ରୀକ୍ଷେତ୍ର ପୁରୀରୁ ଚଳିତ ବର୍ଷ ରଥ ଯାତ୍ରାର ତିନୋଟି ରଥର ତିନୋଟି ଚକ ଶ୍ରୀମନ୍ଦିର ପ୍ରଶାସନ ଠାରୁ ନିଲାମ ପ୍ରକ୍ରିୟାରେ ଆଣିବା ପାଇଁ ଭବାନୀପାଟଣାର ଭବାନୀ ଶଙ୍କର ମନ୍ଦିର ପକ୍ଷରୁ ଆବେଦନ କରାଯାଇଥିଲା। ହରି – ହର ଏକ ଆତ୍ମା ଭିନ୍ନ କଳେବର ଜଗନ୍ନାଥ ଜଗତର ନାଥ ଓଡ଼ିଆ ମାନଙ୍କ ଆରାଧ୍ୟ ଦେବତା ।
ଯେଉଁ ରଥରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେକରି ରଥଯାତ୍ରା କରିଥିଲେ, ସେହି ରଥର ଚକ ଅତ୍ୟନ୍ତ ପବିତ୍ର ଓ ଏହି ତିନି ଠାକୁରଙ୍କ ପ୍ରତୀକ ସଦୃଶ୍ୟ। ତେଣୁ ଶ୍ରୀକ୍ଷେତ୍ରର ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରାର ତିନୋଟି ରଥର ଚକ ଭବାନୀପାଟଣା ଭବାନୀ ଶଙ୍କର ମନ୍ଦିରରେ ବିଧି ବିଧାନ ପୂର୍ବକ ସ୍ଥାପନ କରାଯିବ ଓ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ତିନି ଠାକୁରଙ୍କ ରଥର ଚକ ଦର୍ଶନ କରିବା ସୁଯୋଗ ପାଇବେ ବୋଲି ଭବାନୀ ଶଙ୍କର ମନ୍ଦିର ପକ୍ଷରୁ କୁହା ଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ବର୍ଷ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଗୋଟିଏ ଚକ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ରେ ଅଣାଯାଇ ବିଶ୍ୱ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି।
Editor, News Gallery Mob: 9439506580 Email: newsgallery.in@gmail.com
