ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାରାଗାର ସମ୍ମୁଖରେ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ର ଜିଲ୍ଲା କାରାଗାର କମିଟି ପକ୍ଷରୁ କଳା ବ୍ୟାଚ ଧାରଣ କରିବାସହିତ ସମନ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ସୁଙ୍ଖଳା ସହିତ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚ ଦଫା ଦାବି ପୁରଣ ନହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିରହିବୁ ବୋଲି ଜିଲ୍ଲା ସଭାପତି ଦୁର୍ଯ୍ୟଧନ ଅଗ୍ରୀଆ କହିଛନ୍ତି।
ଏଥିରେ ଜିଲ୍ଲା କାରାଗାର କର୍ମଚାରୀ ସଂଘ ଭବାନୀପାଟଣା ଶାଖା ର ସଭାପତି ଙ୍କ ନେତୃତ୍ୱରେ ପାଞ୍ଚ ଦଫା ଦାବି ତଥା ଗ୍ରେଡ଼ ପେ ୧୯୦୦ ଟଙ୍କା ରୁ ୨୦୦୦ ଟଙ୍କା କାରାରକ୍ଷୀ, ୨୦୦୦ ଟଙ୍କା ରୁ ୨୪୦୦ ଟଙ୍କା ବୃଦ୍ଧି ମୁଖ୍ୟ କାରାରକ୍ଷୀ, ପୁରୁଣା ପଦ ଉନ୍ନତି ନିୟମ ୨୦୧୨ମସିହା ଠାରୁ ଲାଗୁ କରିବା,ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ, ଖାଦ୍ୟ ଭତା ୪୦୦ ଟଙ୍କା ରୁ ୧୪୦୦ ଟଙ୍କା କୁ ବୃଦ୍ଧି କରିବା, ୧୩ ମାସିଆ ଦରମା ବୃଦ୍ଧି କୁ ନେଇ ଜିଲ୍ଲା କାରାଗାର ସମ୍ମୁଖରେ ବସିଛନ୍ତି।ଏହି ଧାରଣାରେ ଉପ ସଭାପତି ସନ୍ତୋଷ କୁମାର ସେଠୀ, ସମ୍ପାଦକ ଅତନ ମାଝୀ, କୋଷାଧ୍ୟକ ଜୟାନନ୍ଦ କଟା, ହାବିଲଦାର ରଞ୍ଜନ କୁମାର ନାୟକ, ମୁଖ୍ୟକାରାରକ୍ଷୀ ନମେଶ କୁମାର ପଣ୍ଡା ଏବଂ କାରାରକ୍ଷୀ ଜିତେନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

