ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାରାଗାର ସମ୍ମୁଖରେ ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ର ଜିଲ୍ଲା କାରାଗାର କମିଟି ପକ୍ଷରୁ କଳା ବ୍ୟାଚ ଧାରଣ କରିବାସହିତ ସମନ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ସୁଙ୍ଖଳା ସହିତ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚ ଦଫା ଦାବି ପୁରଣ ନହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିରହିବୁ ବୋଲି ଜିଲ୍ଲା ସଭାପତି ଦୁର୍ଯ୍ୟଧନ ଅଗ୍ରୀଆ କହିଛନ୍ତି।
ଏଥିରେ ଜିଲ୍ଲା କାରାଗାର କର୍ମଚାରୀ ସଂଘ ଭବାନୀପାଟଣା ଶାଖା ର ସଭାପତି ଙ୍କ ନେତୃତ୍ୱରେ ପାଞ୍ଚ ଦଫା ଦାବି ତଥା ଗ୍ରେଡ଼ ପେ ୧୯୦୦ ଟଙ୍କା ରୁ ୨୦୦୦ ଟଙ୍କା କାରାରକ୍ଷୀ, ୨୦୦୦ ଟଙ୍କା ରୁ ୨୪୦୦ ଟଙ୍କା ବୃଦ୍ଧି ମୁଖ୍ୟ କାରାରକ୍ଷୀ, ପୁରୁଣା ପଦ ଉନ୍ନତି ନିୟମ ୨୦୧୨ମସିହା ଠାରୁ ଲାଗୁ କରିବା,ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ, ଖାଦ୍ୟ ଭତା ୪୦୦ ଟଙ୍କା ରୁ ୧୪୦୦ ଟଙ୍କା କୁ ବୃଦ୍ଧି କରିବା, ୧୩ ମାସିଆ ଦରମା ବୃଦ୍ଧି କୁ ନେଇ ଜିଲ୍ଲା କାରାଗାର ସମ୍ମୁଖରେ ବସିଛନ୍ତି।ଏହି ଧାରଣାରେ ଉପ ସଭାପତି ସନ୍ତୋଷ କୁମାର ସେଠୀ, ସମ୍ପାଦକ ଅତନ ମାଝୀ, କୋଷାଧ୍ୟକ ଜୟାନନ୍ଦ କଟା, ହାବିଲଦାର ରଞ୍ଜନ କୁମାର ନାୟକ, ମୁଖ୍ୟକାରାରକ୍ଷୀ ନମେଶ କୁମାର ପଣ୍ଡା ଏବଂ କାରାରକ୍ଷୀ ଜିତେନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

