ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲା କୁ ସାମିଲ କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ” ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪ ଟି ହସ୍ପିଟାଲ ମୂଖ୍ୟ ଡାକ୍ତରଖାନା, ଭବାନୀପାଟଣା, ସରକାରୀ ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, ଜୁନାଗଡ ଏବଂ ବିଶ୍ୱନାଥ ପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସାମିଲ କରି ରୁପାନ୍ତିକରଣ କରାଯାଇଛି।
ଏହି ଚାରିଟି ରୂପାନ୍ତରଣ ଡାକ୍ତରଖାନା ମାନଙ୍କରେ ପଞ୍ଜିକରଣ କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ସହାୟତା କେନ୍ଦ୍ର, ରୋଗୀ ଙ୍କ ଅପେକ୍ଷା ଗୃହ , ଶୌଚାଳୟ , ପାର୍କିଂ ବ୍ୟବସ୍ଥା, ପିଇବା ପାଣି,ମିଶନ ଶକ୍ତି କଫେ, ଏଲ୍ଇଡି ବ୍ୟବସ୍ଥା , କର୍ମଚାରୀ ମାନଙ୍କ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା , ଆଇ ଭି ଆର୍ ପଦ୍ଧତି ରେ ରୋଗୀଙ୍କ ମତାମତ ସଂଗ୍ରହ ସହ ଧର୍ମଗଡ଼ ଏମସିଏଚ କୋଠାର ସମ୍ପୂର୍ଣ୍ଣ ଓ ଅନ୍ୟ ବିଭାଗର ମରାମତି ଓ ନୂତନ କୋଠା ର ନିର୍ମାଣ ସହ ରୁପାନ୍ତିକରଣ କରାଯାଇଛି। ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ନିଜ ବକ୍ତବ୍ୟ ରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ, ମେଡିକାଲ କଲେଜ, କ୍ୟାନ୍ସର ହସପିଟାଲ ଉଲ୍ଲେଖ କରି ଜିଲ୍ଲାବାସୀ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ର ସୁଯୋଗ ପାଉ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ସୂଚେତା ପାଣି, ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ଏ ଡି ପି ଏଚ ଓ ଡ ରଞ୍ଜନ ମିତ୍ର, ଡ ନିହାରେନ୍ଦ୍ର ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା ,ସହରର ବିଶିଷ୍ଟ ବ୍ୟକ୍ତି,ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଏସ ଏ ଚ ଜି ଓ ମିଶନ ଶକ୍ତି ମା ସଭ୍ୟା, ଆଶାକର୍ମୀ,ଅଙ୍ଗନବାଡ଼ି କର୍ମୀ, ଜନ ସାଧାରଣ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

