ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ୨୧ଦିନ ଧରି କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଚାଲିଥିବା ଧାରଣା ୮ତାରିଖ ରେ ଶେଷ ହୋଇଛି ।
ଦାବି ମଧ୍ୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ରୁ+୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି ୧୦ବର୍ଷ କାର୍ଯ୍ୟ ସମ୍ପୁର୍ନ କରିଥିବା ପଞ୍ଚାୟତ ନିର୍ବାହି ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ସତପ୍ରତିଶତ ପଦୋଉନ୍ନତି ପ୍ରଦାନ କରିବା ଓ.ପି.ଆର.ଏସ କାର୍ଡ ରୁଲ ରେ ଅନ୍ତର୍ଭୁକ୍ତ କରିବାକୁନେଇ ଧାରଣାରେ ବସିଥିଲେ ।
ହେଲେ ଏହି ଦାବି ଗୁଡିକ ମାସେ ମଧ୍ୟରେ ପୂରଣ ପାଇଁ ପ୍ରତିଶୃତି ମିଳିଥିବାରୁ ଧାରଣରୁ ଓହୋରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ । ମାସେ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ଜିଲ୍ଲା ସଂଘ ସଭାପତି କୃଷ୍ଣ ଚନ୍ଦ୍ର ସାହୁ ମତ ପ୍ରକାଶ କରିଛନ୍ତି। ୨୧ ଦିନ ଧରି ଚାଲିଥିବା ଏହି ଗଣ ଧାରଣାରେ ଜିଲ୍ଲା ୩୧୦ ପଞ୍ଚାୟତ ନିର୍ବାହି ଅଧିକାରୀ ସାମିଲ ହୋଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ର ଉପସଭାପତି ନରେନ୍ଦ୍ର ରାଉତ,ସମ୍ପାଦକ ଉଗ୍ରସେନ ରାଉତ, ଯୁଗ୍ମ ସମ୍ପାଦକ ଲମ୍ବୁ ଶିଖା, ସନ୍ୟାସୀ ନାୟକ,ସଂଗଠନ ସମ୍ପାଦକ ପ୍ରଦୀପ ସାହୁ(ଲୁଲୁ)ବସନ୍ତ କୁମାର ମିଶ୍ର,ପ୍ରମୁଖ ଉଅସ୍ଥିତରହି ସରାକରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହୋରିଥିବା ପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରNovember 29, 2025ଆସନ୍ତା ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଆଦାଲତ
ଜିଲ୍ଲା ଖବରNovember 28, 2025କେତକୀ ମହାପାତ୍ର ଙ୍କ ପରଲୋକ
ଜିଲ୍ଲା ଖବରNovember 28, 2025ଗୁରୁ ପବିତ୍ର ଗହିର ଓ ଗୌରୀଶଙ୍କର ଦୁର୍ଗା ଙ୍କୁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧତ
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା

