ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ୨୧ଦିନ ଧରି କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଚାଲିଥିବା ଧାରଣା ୮ତାରିଖ ରେ ଶେଷ ହୋଇଛି ।
ଦାବି ମଧ୍ୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ରୁ+୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି ୧୦ବର୍ଷ କାର୍ଯ୍ୟ ସମ୍ପୁର୍ନ କରିଥିବା ପଞ୍ଚାୟତ ନିର୍ବାହି ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ସତପ୍ରତିଶତ ପଦୋଉନ୍ନତି ପ୍ରଦାନ କରିବା ଓ.ପି.ଆର.ଏସ କାର୍ଡ ରୁଲ ରେ ଅନ୍ତର୍ଭୁକ୍ତ କରିବାକୁନେଇ ଧାରଣାରେ ବସିଥିଲେ ।
ହେଲେ ଏହି ଦାବି ଗୁଡିକ ମାସେ ମଧ୍ୟରେ ପୂରଣ ପାଇଁ ପ୍ରତିଶୃତି ମିଳିଥିବାରୁ ଧାରଣରୁ ଓହୋରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ । ମାସେ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ଜିଲ୍ଲା ସଂଘ ସଭାପତି କୃଷ୍ଣ ଚନ୍ଦ୍ର ସାହୁ ମତ ପ୍ରକାଶ କରିଛନ୍ତି। ୨୧ ଦିନ ଧରି ଚାଲିଥିବା ଏହି ଗଣ ଧାରଣାରେ ଜିଲ୍ଲା ୩୧୦ ପଞ୍ଚାୟତ ନିର୍ବାହି ଅଧିକାରୀ ସାମିଲ ହୋଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ର ଉପସଭାପତି ନରେନ୍ଦ୍ର ରାଉତ,ସମ୍ପାଦକ ଉଗ୍ରସେନ ରାଉତ, ଯୁଗ୍ମ ସମ୍ପାଦକ ଲମ୍ବୁ ଶିଖା, ସନ୍ୟାସୀ ନାୟକ,ସଂଗଠନ ସମ୍ପାଦକ ପ୍ରଦୀପ ସାହୁ(ଲୁଲୁ)ବସନ୍ତ କୁମାର ମିଶ୍ର,ପ୍ରମୁଖ ଉଅସ୍ଥିତରହି ସରାକରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହୋରିଥିବା ପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

