ଲଖନପୁରରେ ମୁହାଁମୁହିଁ ହେଲେ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌, ୨ ଡ୍ରାଇଭରଙ୍କ ସମେତ ୧୦ ଆହତ

0 minutes, 0 seconds Read

କଳାହାଣ୍ଡି:ଝାରସୁଗୁଡ଼ା, ଛତିଶଗଡ଼ରୁ ରାୟଗଡ଼ ଠାରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ ସହିତ ଟ୍ରକ୍‌ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଚାଳକଙ୍କ ସମେତ ୧୦ ଜଣ ବସ୍‌ଯାତ୍ରୀ ଆହତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ବସ୍‌ (ରାଧାରାଣୀ)ଟି ରାୟଗଡ଼ ଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଏକ ଟ୍ରକ୍‌ (ସିଜି୧୩ଏଏ ୩୯୫୯) ଛତିଶଗଡ଼ ଅଭିମୁଖେ ଯାଉଥିଲା। ଉଭୟ ବସ୍‌ ଏବଂ ଟ୍ରକ୍‌ ଲଖନପୁର ଥାନା ଜୁନିଏନ ଛକଠାରେ ମୁହାଁମୁହିଁ ହୋଇଥିଲେ। ବସ୍‌ଟି ଓଭରଟେକ୍‌ କରୁଥିବା ସମୟରେ ଟ୍ରକ୍‌ ସହିତ ଧକ୍କା ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଦୁର୍ଘଟଣା ପରେ ଉଭୟ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ସେହିପରି ବସ୍‌ରେ ଥିବା ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗ୍ୟାସ କଟର ଯୋଗୋ କାଟି ଟ୍ରଲର ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟରାରେ ଆହତ ୧୦ ଜଣ ବସ୍‌ଯାତ୍ରୀଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ଡ୍ରାଇଭରଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts