କଳାହାଣ୍ଡି:ଝାରସୁଗୁଡ଼ା, ଛତିଶଗଡ଼ରୁ ରାୟଗଡ଼ ଠାରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ସହିତ ଟ୍ରକ୍ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣାରେ ଉଭୟ ଗାଡ଼ିର ଚାଳକଙ୍କ ସମେତ ୧୦ ଜଣ ବସ୍ଯାତ୍ରୀ ଆହତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ବସ୍ (ରାଧାରାଣୀ)ଟି ରାୟଗଡ଼ ଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଏକ ଟ୍ରକ୍ (ସିଜି୧୩ଏଏ ୩୯୫୯) ଛତିଶଗଡ଼ ଅଭିମୁଖେ ଯାଉଥିଲା। ଉଭୟ ବସ୍ ଏବଂ ଟ୍ରକ୍ ଲଖନପୁର ଥାନା ଜୁନିଏନ ଛକଠାରେ ମୁହାଁମୁହିଁ ହୋଇଥିଲେ। ବସ୍ଟି ଓଭରଟେକ୍ କରୁଥିବା ସମୟରେ ଟ୍ରକ୍ ସହିତ ଧକ୍କା ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଦୁର୍ଘଟଣା ପରେ ଉଭୟ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ସେହିପରି ବସ୍ରେ ଥିବା ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗ୍ୟାସ କଟର ଯୋଗୋ କାଟି ଟ୍ରଲର ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟରାରେ ଆହତ ୧୦ ଜଣ ବସ୍ଯାତ୍ରୀଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇ ଡ୍ରାଇଭରଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

