Uncategorised ମୁଣ୍ଡ ଫଟା ଖରା ସାଙ୍ଗକୁ ଘନଘନ ବିଦ୍ୟୁତ କାଟ ଅସହ୍ୟ ଗୁଳୁଗୁଳି By Hemant Kumar Ray June 15, 2023June 15, 2023 0 minutes, 0 seconds Read 312 କଳାହାଣ୍ଡି:ଭବାନୀପାଟଣା,(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ସହର ସମେତ ଜିଲ୍ଲାର ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀରୁ ଏବେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦିନ ତମାମ ଗ୍ରୀଷ୍ମ ତାପ ବୃଦ୍ଧି ସାଙ୍ଗକୁ ଗୁଳୁଗୁଳିର ପ୍ରଭାବ ଅଧିକରୁ ଅଧିକ ଲାଗି ରହୁଛି। ବିଶେଷ କରି ଦହଗଞ୍ଜ କରୁଛି ବାରମ୍ବାର ବିଦ୍ୟୁତ୍ କାଟ। ଲୋକେ ସକାଳୁ ଉଠି କାମ କରିବାକୁ ବାହାରିବା ବେଳେ ବିଦ୍ୟୁତ ଗୋଲ ହେଉଥିବା ବେଳେ ସନ୍ଧ୍ୟାରେ ଆସି ଟିକେ ବିଶ୍ରାମ ନେବାବେଳକୁ ବି ବିଦ୍ୟୁତ ଗୋଲ ।ବିନାସୂଚନାରେ ବାରମ୍ବାର ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଥିବା ବେଳେ ଭିଭାଗୀୟ କର୍ତ୍ତୃପକ୍ଷ ପାଖରେ କୌଣସି ଉତ୍ତର ରହୁନି l ଯେତେବେଳେ ବିଦ୍ୟୁତ କାଟ ନେଇ ପ୍ରଶ୍ନ କରା ଯାଉଛି, ସେତେବେଳେ କୁହାଯାଉଛି ୩୩ କେଭିରେ ତ୍ରୁଟି କିମ୍ବା କାଳବୈଶାଖାଖି ଯୋଗୁଁ ବିଦ୍ୟୁତ କଟାଯାଇଛି ବୋଲି କିନ୍ତୁ ବିଦ୍ୟୁତ୍ ପୁନଃ ସଂଯୋଗ କେତେବେଳେ ହେବ ତାର କୌଣସି ସଠିକ ସୂଚନା ମିଳିନଥାଏ। ଗତ କିଛିଦିନ ହେଲା ସକାଳ ୧୦ଟାରୁ ସଂଧ୍ୟା ୫ଟା ଯାଏ ଲୋକେ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ଫଳରେ ଦୋକାନ ବଜାର ଖାଁ ଖାଁ ଲାଗୁଥିବା ବେଳେ ରାସ୍ତା ଘାଟ ଶୂନଶାନ ହୋଇପଡୁଛି ସତେ ଯେମିତି ଅଦିନିଆ କର୍ଫ୍ୟୁ ଲାଗି ରହିଛି। ଏଭଳି ସ୍ଥିତିରେ ଲୋକେ ପଙ୍ଖା, କୁଲର ଆବଶ୍ୟକ କରୁଥିବା ବେଳେ ବିଦ୍ୟୁତ୍ ଗୋଲ ଯୋଗୁଁ ଦୟନୀୟ ଅବସ୍ଥା ସୃଷ୍ଟି ହେଉଛି। ବର୍ତମାନି ସ୍ଥିତିରେ ଜଳସ୍ତର ନିମ୍ନଗାମୀ ଯୋଗୁଁ ଶୁଖି ଯାଇଛି କୂଅ ପୋଖରୀଓ ନଳକୂପ,ଅନେକ ନଳକୂଅ ଅଚଳ ଅବସ୍ଥାରେ ରହିଥିବା ବେଳେ ଗ୍ରାମାଞ୍ଚଳରେ ବସୁଧା ଯୋଜନାରେ ଘରେ ଘରେ ଜଳ ଯୋଗାଣ ହୋଇ ପାରୁନାହିଁ । ଫଳରେ ମଣିଷରୁ ଆରମ୍ଭ କରି ପଶୁପକ୍ଷୀ ଜଳ ବୁନ୍ଦେ ପାଇଁ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି lପ୍ରାକୃତିକ ଜଳ ଉତ୍ସଗୁଡିକୁ ସୁରକ୍ଷା ଦିଆନଗଲେ ଆଗାମୀ ଦିନରେ ଜଳକଷ୍ଟ ବହୁଗୁଣା ବୃଦ୍ଧି ପାଇବ। ଏହାସହ ଜଳ ଧାରଣା କ୍ଷମତା ଥିବା ଆମ୍ବ, ପଣସ ଭଳି ଗଛ ସହ ସଂରକ୍ଷିତ ଜଙ୍ଗଲ ନଷ୍ଟ ଯୋଗୁଁ ଜଳସ୍ତର ଚିନ୍ତାଜନକ ସ୍ଥିତିରେ ପହଞ୍ଚିସାରିଛି । Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରJune 8, 2026ଓଡ଼ିଶା ଭିଜିଲାନ୍ସ ଜଳରେ ଏମଜିଏନଆରଇଜିଏ ଅଧିକରିଣୀ ପ୍ରିୟଙ୍କା ଜେନା ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
Uncategorised କଳାହାଣ୍ଡି ଜିଲ୍ଲା ପ୍ରଶାସନ ନଜର ଖାମଖିଆଲି ନିତି ଯୋଗୁଁ ଶୋଷଣ କରୁଛନ୍ତି ଘରୋଇ ଔଷଧ ଦୋକାନି By Hemant Kumar Ray May 25, 2023May 25, 2023
Uncategorised ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ By Hemant Kumar Ray June 7, 2023June 7, 2023