ଶିକ୍ଷକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0 minutes, 0 seconds Read

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା, ପରିବର୍ତ୍ତନଶୀଳ ସମାଜ , ଶିକ୍ଷାର ଭିତ୍ତିଭୂମି, ବିଦ୍ୟାର୍ଥୀ ମାନଙ୍କ ଆବଶ୍ୟକତା ତଥା ତଦନୁସାରେ ଶିକ୍ଷକ ମାନଙ୍କ ସାମଗ୍ରିକ ଓ ବୌଦ୍ଧିକ ଉନ୍ନତି ନିମନ୍ତେ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ଭବାନୀପାଟଣାର ଯୁକ୍ତ ତିନି ବିଭାଗର ସଭାଗୃହ ଠାରେ ଦୁଇଦିନ ବ୍ୟାପି ଶିକ୍ଷକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡି.ନାଗେଶ୍ଵର ରାଓ ଶୁଭ ଉଦ୍ଧଘାଟନ କରି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପ୍ରଥମ ଦିବସର ପ୍ରଥମ ଅଧିବେଶନ କୁ ବିକାଶ ,ଭବାନୀପାଟଣା ର ନିର୍ଦ୍ଦେଶକ ଡି.ଶ୍ୟାମ ” କମ୍ୟୁନିକେସନ ” ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ। ଦ୍ବିତୀୟ ଅଧିବେସନରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡର ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ” ବ୍ରାଣ୍ଡ ” ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପରେ ପରେ ପାଇଲଟ ଫେକଲ୍ଟି ମାନଙ୍କ ଦ୍ଵାରା ବିଷୟ ସମ୍ବଳିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ଦିବସରେ ବିକାଶ ଗ୍ରୁପ୍ ଅଫ୍ ଇନଟିଚ୍ୟୁସନର ଏକାଡେମୀକ ଇନ୍ ଚାର୍ଜ ଡି.ବିଜୟା ଦ୍ବିତୀୟ ଦିବସର ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ତାଲିମାର୍ଥିଙ୍କ ମାର୍ଗ ଦର୍ଶନ କରାଇଥିଲେ । ସେହପରି ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନରେ ପ୍ରଶିକ୍ଷକ ଏସ. ଜେ. ମୁକେଶ ଅସର୍ ଙ୍କ ଦ୍ଵାରା “ମି ଟିଚର୍” ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ଅଧିବେଶନରେ ବିକାଶ ଆବାସିକ ବିଦ୍ୟାଳୟ , ଭବାନୀପାଟଣା ର ଅଧ୍ୟକ୍ଷା ଆରତୀ ମିଶ୍ର ” କ୍ଲାସ ରୁମ୍ ମେନେଜ ମେଣ୍ଟ ” ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର ତାଲିମ ପ୍ରାପ୍ତ ଜ୍ଞାନକୁ କିଭଳି ଭାବରେ ଶ୍ରେଣୀଗୃହରେ ଉପଯୋଗ କରାଯିବ ସେ ସମ୍ପର୍କରେ ଗୁରୁତ୍ତ୍ଵ ଆରୋପ କରିଥିଲେ। କାର୍ଯ୍ୟକ୍ରମରେ ପାଇଲଟ ଫେକଲ୍ଟି ଭାବରେ ଏଚ. ଚନ୍ଦନ, ସାମନ୍ତ ବଗର୍ତ୍ତି, ଅନିରୁଦ୍ଧ ଭଟ୍ଟାଚାର୍ଯ୍ୟ, ଅବ୍ୟୟ ପାତ୍ର , ଶ୍ରୀମାନ ସାହୁ, ରିଙ୍କି ଶୁକ୍ଳା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ପ୍ରିୟଙ୍କା ପଣ୍ଡା ପରିଚାଳନା କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ବିକାଶ ଭବାନୀପାଟଣା ଓ ଜୟପୁର ଶାଖାର ସର୍ବମୋଟ ଷାଠିଏ ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts