କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା, ଭାରତୀୟ ଜନତା ପାର୍ଟି ର ସେବା, ସୁରକ୍ଷା, ସୁଶାସନ,ଗରୀବକଲ୍ୟାଣ କୁନେଇ ମୋଦୀ ସରକଙ୍କ ଉପଲବ୍ଧି ର ୯ବର୍ଷ ପୂର୍ତ୍ତୀ ଅବସରରେ ମହା ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ କୁନେଇ ଆଜି କଳାହାଣ୍ଡି ଜିଲ୍ଲା ର ନର୍ଲା ବିଧାନସଭା କ୍ଷେତ୍ରରେ ସଂଯୁକ୍ତ ମୋର୍ଚ୍ଚା ବୈଠକ ଜିଲ୍ଲାସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସଂଯୁକ୍ତ ବୈଠକରେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ସମେତ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଡିକ ବର୍ଣ୍ଣନା କରିଥିବା ବେଳେ ମୁଖ୍ୟ ଅତିଥି ଡି.ପୁରୁନ୍ଦେଶ୍ୱରୀ କରୋନା କାଳରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦି ଜୀଙ୍କ ତତ୍ପରତା ଏବଂ ଜୀବନ ରକ୍ଷାକାରୀ ଭେକସିନ ମାଗଣାରେ ଲୋକଙ୍କୁ ପ୍ରଦାନ ଏବଂ ଗରୀବଙ୍କ ପାଇଁ ଉଜ୍ୱଳା ଯୋଜନା, ଜନଧନ ଯୋଜନା ଭଳି ଅନେକ ଜନହିତକର ଯୋଜନା ଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ। ଏଣୁ ଏଥରକ ରାଜ୍ୟରେ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଗଢିବା ବୋଲି ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରଚେଷ୍ଟା ନିତାନ୍ତ ଜରୁରୀ ବୋଲି କହିଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

