ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ତୃତୀୟ ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ବୈଠକ ମା ତାରିଣୀଙ୍କ ପିଠସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ନାରୟଣ ପ୍ରସାଦ ନାୟକ ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇ ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭାର ପ୍ରାରମ୍ଭରେ ସଙ୍ଘ ର ସମ୍ପାଦକ ସାରଦା ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେବାସହ ଆଜି ବୈଠକ ର ଲକ୍ଷ୍ୟ ଉଦ୍ୟସ ଏବଂ ସାମ୍ବାଦିକ ମାନଙ୍କ ର ବିଭିନ୍ନ ସମଶ୍ୟ ଉପରେ ଆଲୋଚନା କରିଥିଲେ । ଦିନକୁ ଦିନ ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗରେ ଅନ୍ୟାୟ, ଅତ୍ୟାଚାର,ଅନୀତି, ଦୁର୍ନୀତି ଆଦି ବଢ଼ି ଚାଲିଥିବା ଦେଖିବାକୁ ମିଳୁଛି ଆଗାମୀ ଦିନରେ ମିଳିତ ସାମ୍ବାଦିକ ସଙ୍ଘ ତାକୁ ବିରୋଧ କରିବା ସହ ଖବର ପ୍ରସାରଣ ମାଧ୍ୟମରେ ଦୁର୍ନୀତିକୁ ଲୋକଲୋଚନ କୁ ଆଣି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ତାର ପ୍ରାଥମିକତା ହେବ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ର କୋଷାଧ୍ୟକ ବିରଞ୍ଚି ନାରାୟଣ ଯୋଶୀ,ସନ୍ତୋଷ ପଧାନ, ରଜନୀ ମୁନି, ସୁଧାରମ ସରାଫ, ମଧୁସୂଦନ ମହାପାତ୍ର, ସଂଗ୍ରାମ ପାତ୍ର, ବିମଲ ଶତପଥି, ରଘୁମଣି ପୁଝାରି, ସିମାଞ୍ଚଳ ତ୍ରିପାଠୀ, କେଶବ ମେହେର, ଜନକ ପୋଢ, ବିରଞ୍ଚି କରୁଅଁ, ଗୋବିନ୍ଦ ପଧାନ, ପୂର୍ଣ୍ଣ ପଟ୍ଟନାୟକ, ଜୟକୃଷ୍ଣ ବେହେରା, ଭାଗ୍ୟବନ୍ତ ସିନ୍ଧୁ, ସଦାଶିବ ନାଗ, ଗୁପ୍ତେଶ୍ୱର ହାତୀ, ଉଦ୍ଧବ ପଲେଇ ଏବଂ ଜିଲ୍ଲା ର ଅନେକ ସାମ୍ବାଦିକ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

