ନ୍ୟୁଜଗ୍ୟାଲେରି,(ଉଦ୍ଧବ ପଣ୍ଡା)ମ. ରାମପୁର:- କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ମିଲିତ ଭାବେ ରାତିରେ ପେଟ୍ରଳିଙ୍ଗ କରୁଥିବା ସମୟରେ ଏମ୍ ରାମପୁର ଥାନା ଅନ୍ତର୍ଗତ ରିଷିଡା ରାସ୍ତା ପାଜିବାହାଲି ଛକ ଓ ୫୯ ଜାତୀୟ ରାଜପଥ ଟୋଲଗେଟ ହାତୀଖୋଜ ଠାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ଅଭିଯୁକ୍ତ ମାନେ ପଣ୍ଡା ପଦର ଗାଁ ର ସନ୍ତୋଷ ସଗରିଆ (୨୮) ବର୍ଷ, ଚୁଡ଼ାମଣି ସଗରିଆ (୨୩ )ବର୍ଷ ଓ ନୂଆ ପଡା ଜିଲ୍ଲା ର କୁରେଶର ଗାଁ ର ସୁରେଶ ଜଗତ (୨୫ )ବର୍ଷ ଏହି ତିନିଜଣ ଅଭିଯୁକ୍ତମାନଙ୍କ ଠାରୁ ୧କ୍ଯୁଣ୍ଟାଲ ୧୯ କେଜି ୮୦ ଗ୍ରାମ ଗଞ୍ଜେଇ ମୋହନ ଗିରି ଠାରୁ ନୂଆ ପଡା ଓ ବରଗଡ ଜିଲ୍ଲା କୁ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି। ଏହି ତିନିଜଣ ସହ ଦୁଇଟି ବାଇକ OD୧୭T ୭୭୭୨, OD୨୬F ୬୩୮୬, ଗୋଟିଏ ଟାଟା ପିକପ ଗାଡ଼ି ନମ୍ବର OD୧୭L୭୨୦୦ କୁ ଜବତ କରିଛି । କଳାହାଣ୍ଡି ଜିଲ୍ଲା ସଦର ଅବକାରୀ ବିଭାଗ ଇନ୍ସିପେକ୍ଟର ସୁଶାନ୍ତ ପ୍ରଧାନ, ଦେବାଶିଷ ଶ୍ରୀଧର ଏମ୍ ରାମପୁର ସବଇନ୍ସିପେକ୍ଟର, ବିଶ୍ବଜିତ ଆରୁଖ ସବ ଇନ୍ସପେକ୍ଟର କେସିଙ୍ଗା ପ୍ରଦ୍ୟୁମ୍ନ ନାଏକ, ଅଶୋକ କୁମାର ପ୍ରଧାନ, ମେଘନାଦ ବେହେରା, ଅମରେନ୍ଦ୍ର ମାଝୀ, ଦଇତାରୀ ତାଣ୍ଡି,ମାନସ ରଞ୍ଜନ ବିଷି ଗତକାଲି ରାତିରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି।
Latest entries
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା
ଜିଲ୍ଲା ଖବରNovember 26, 2025ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକକ୍ରୀଡା ଉତ୍ସବ ପାଳିତ
ଜିଲ୍ଲା ଖବରNovember 24, 2025ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଜିଲ୍ଲା ଖବରNovember 24, 2025ଲକ୍ଷ୍ମୀ ବିକାଶର ବାର୍ଷିକୋତ୍ସବ “ହାର୍ଭେଷ୍ଟ ୨୦୨୫ ” ପାଳିତ

