ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶହୀଦ ମାନଙ୍କୁ ସ୍ମରଣ କରି ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ସଭାପତିତ୍ବ କରିଥିଲେ। ତାଙ୍କ ସମ୍ଭାଷଣ ରେ ସେ କହିଥିଲେ ଯେ ଦେଶ ମାତୃକାର ରକ୍ଷା ପାଇଁ ବୀର ଯବାନ ମାନେ ଯେଉଁ ବଳିଦାନ ଦେଇଛନ୍ତି , ତାହା ଭାରତୀୟ ମାନେ ଭୁଲି ପାରିବେ ନାହିଁ। ସେ ଗୀତିକାର ଓ ଗାୟକ ରମେଶ ଶର୍ମାଙ୍କ ଦ୍ଵାରା ପରିବେଷିତ ତଥା ସୁରକାର ସୁଧିର ପଣ୍ଡାଙ୍କ ସହିଦ ମାନଙ୍କ ପାଇଁ ଗୀତ ଜୁଲାଇ ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହେବ ବୋଲି କହିଥିଲେ ଏବଂ ତା ସହିତ ବିଶ୍ଵବିଦ୍ୟାଳୟ ର ଏହି ସନ୍ଧ୍ୟାରେ ଆବୃତ୍ତି କରାଯାଇଥିବା କବିତା ଭିଡିଓ ସେଇଠି ଦେଖା ଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ବିଶିଷ୍ଟ କବି ବିରଞ୍ଚି ନାରୟଣ ମୁଣ୍ଡ , ସୋହନ ଲାଲ ଅଗ୍ରୱାଲ ଏବଂ କଳ୍ପନା ରଥ ମଞ୍ଚାଷୀନ ଥିଲେ । କବି ଡକ୍ଟର କୈଳାସ ଦାସ, ସ୍ପର୍ଶା ମିଶ୍ର, ଲିପ୍ସା ମହାରଣା, ଡକ୍ଟର ଜୟଦେବ ସାହୁ, କବି ରାଜେଶ ଦାସ, ଅର୍ୟା ନାୟକ , ସୌମ୍ୟା ରାଣୀ ଦାସ, ରିତେଶ ତ୍ରିପାଠୀ, ଆମ୍ରିନ ଫତିମା, ଘନଶ୍ୟାମ ନାୟକ, କବି ଜୟଦରଥ ସୁନା, ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିଲେ । ସଂଯୋଜନା କରିଥିଲେ ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ଜୟଦେବ ସାହୁ। କୁଳପତିଙ୍କ ଅଭିଭାଷଣ ଓ କବିତା ଆବୃତ୍ତି ହୋଇଥିଲା।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

