ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ପକ୍ଷରୁ ଭବାନୀପାଟଣା ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଏହି ଉତ୍ସବ ପାଳନ କରାଯଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ୩ଦିନ ପର୍ଯ୍ୟନ୍ତ ଜିଲ୍ଲା ରେ ଥିବା ସମସ୍ତ ବୈଷୟିକ ଶିକ୍ଷା କେନ୍ଦ୍ର ଓ ସମସ୍ତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଭିନ୍ନ ପ୍ରତିଯୋଗିତା କୁଇଜ଼, ଡ଼ିବେଟ, ନୃତ୍ୟ , ସଂଗୀତ , ସିଲେଇ, ଆଦି ଆୟୋଜନ କରାଯାଇଥିଲା ।
ଏଥିରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ସମାରୋହ ରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ପୁରସ୍କୃତ କରିଥିଲେ ଓ ଅଧିକ ରୁ ଅଧିକ ପିଲାଙ୍କୁ ଦକ୍ଷତା ପରିସର କୁ ଆଣିବା ପାଇଁ ଆହ୍ୱାନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ଃ ସଞ୍ଜୟ କୁମାର ଶତପଥୀ ପିଲାମାନଙ୍କୁ ଦକ୍ଷ ହେବାପାଇଁ ଉପଦେଶ ଦେଇଥିଲେ.ଏଥିରେ ସରକାରୀ ପଲିଟେକ୍ନିକ,ସରକାରୀ ଆଇ.ଟି.ଆଇ,ସି.ଟି.ଟି.ସି, ଶାହୀ ଏକ୍ସପୋର୍ଟସ, ଜନଶିକ୍ଷଣ ସଂସ୍ଥାନ ରୁ ୨୦୦ ଜଣ ଛାତ୍ର ଛାତ୍ରୀ ଭାଗନେଇଥିଲେ. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ସଂଚାଳନ କରିଥିବାବେଳେ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା, ସରକାରୀ ଆଇ.ଟି.ଆଇ ର ଅଧ୍ୟକ୍ଷ ସ୍ନେହାଶିଷ ମୁଦୁଲି, ସି. ଟି.ଟି. ସି ର ସେଣ୍ଟର ମ୍ୟାନେଜର ଜୀବନଜ୍ୟୋତି ଓଝା, ଉଦୟନ ମହାପାତ୍ର , ୟଙ୍ଗ ପ୍ରଫେସନାଲ ଅମ୍ବୁଜ ତିୱାରୀ,ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦେଶକ ସୁବ୍ରତ ତ୍ରିପାଠୀ , ଶାହୀ ଏକ୍ସପୋର୍ଟସ ର ପ୍ରଶାନ୍ତ ପାଣିଗ୍ରାହୀ ଓ ସୁବାଷ ଚନ୍ଦ୍ର ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

