Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏଥିରେ ସମ୍ମାନିତ ଆଲୋଚକ କଳାହାଂଡିଆ ଶବ୍ଦକୋଷର ରଚୟିତା ତଥା ଗବେଷକ ପରମେଶ୍ୱର ମୁଣ୍ଡ, ବିଶିଷ୍ଟ ନାଟ୍ୟଗୁରୁ ଭୀମସେନ ସାହୁ ଓ ଲୋକ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।
ବାସ୍ତବିକ ବିବିଧ କଳାରେ ପରିପୂର୍ଣ୍ଣ ହାଣ୍ଡି ହେଉଛି କଳାହାଣ୍ଡି। ତେବେ କଳାହାଣ୍ଡିର ଘୁମୁରା ଓ ବଜାଶାଲ ଦେଶ ବିଦେଶରେ ଯେତିକି ଖ୍ୟାତି ଅର୍ଜନ କରିଛି ଜିଲ୍ଲାର ଅନ୍ୟ ଲୋକ ନୃତ୍ୟ ଗୁଡ଼ିକ କାହିଁକି ସେତେ ବିକଶିତ ହେଇପାରୁନାହିଁ ସେଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। କଳାହାଣ୍ଡି ଏହି ଲୋକନୃତ୍ୟ ଗୁଡିକର ମୌଳିକତା ରକ୍ଷା କରି ନୃତ୍ୟ ଓ ବାଦ୍ୟକୁ ବିକଶିତ କରାଇ ପାରିଲେ ହିଁ ତାହା ଦେଶ ବିଦେଶରେ ଆଦୃତ ହୋଇପାରିବବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି।
କାରୁଣ୍ଡ କଳା କେନ୍ଦ୍ରର ସଭାପତି ପଦ୍ମନାଭ ରାଜୁଙ୍କ ପୌରହିତ୍ୟରେ ଅୟୋଜିତ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଜଗନ୍ନାଥ ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗବେଷକ ତଥା ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆକାଶବାଣୀ କଳାକାର ଶୁଭେନ୍ଦୁ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କାରୁଣ୍ଡ କଳା କେନ୍ଦ୍ରର କାର୍ଯ୍ୟକାରୀ ସଭ୍ୟ ଶେଷଦେଵ ମିଶ୍ର ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଟାଉନ ହଲ ପରିସରରେ ସଭାପତି ଅନୁଷ୍ଠାନର ପତାକା ଉତ୍ତୋଳନ କରିଥିଲେ। ମା ମାନିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।
Editor, News Gallery Mob: 9439506580 Email: newsgallery.in@gmail.com
