ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଶ୍ୟାମା କାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ପବିତ୍ର ଦୀପାବଳି ଅବସରରେ ଭବାନୀପାଟଣା ସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ତ୍ରିଦିନାତ୍ମକ ବିଶେଷ ପୂଜାର୍ଚ୍ଚନା ଓ ଅକ୍ଟୋବର ୩୧ ତାରିଖ ଦିନ ଚଣ୍ଡୀ ମହାଯଜ୍ଞ ଆୟୋଜନ କରାଯାଉଛି। ଆଜି କଳସ ଶୋଭାଯାତ୍ରା ମନ୍ଦିର ରୁ ଶତାଧିକ ମହିଳା ମୁଣ୍ଡରେ କଳସ ଧରି ବାହାରି ପୁରୁଷୋତ୍ତମ ସାଗର କୁ ଯାଇଥିଲା।
ଆଦିତ୍ୟ ଖମାରୀ ମାଆ ଙ୍କ ଖଡ୍ଗ ଧରି ଶୋଭାଯାତ୍ରାରେ ଯାଇଥିବା ବେଳେ ପୂଜକ ନାରାୟଣ ମିଶ୍ର ଜଳଧିବାସ କର୍ମ ସମ୍ପାଦନ କରିଥିଲେ। ନିଶାନ ବାଜା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ସହର ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ଦିରର ଯଜ୍ଞ ମଣ୍ଡପରେ କଳସ ଗୁଡ଼ିକ ସ୍ଥାପନ କରାଯାଇଥିଲା।ଗୁରୁବାର ଦିନ ଚଣ୍ଡୀ ମହାଯଜ୍ଞ ଆରମ୍ଭ ହେବ ଓ ସଂଧ୍ୟା ଛଅଟାରେ ପୂର୍ଣ୍ଣାହୁତି ହେବ ବୋଲି ମନ୍ଦିର ପୂଜା କମିଟି ସଭାପତି ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

