ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଶ୍ୟାମା କାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ପବିତ୍ର ଦୀପାବଳି ଅବସରରେ ଭବାନୀପାଟଣା ସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ତ୍ରିଦିନାତ୍ମକ ବିଶେଷ ପୂଜାର୍ଚ୍ଚନା ଓ ଅକ୍ଟୋବର ୩୧ ତାରିଖ ଦିନ ଚଣ୍ଡୀ ମହାଯଜ୍ଞ ଆୟୋଜନ କରାଯାଉଛି। ଆଜି କଳସ ଶୋଭାଯାତ୍ରା ମନ୍ଦିର ରୁ ଶତାଧିକ ମହିଳା ମୁଣ୍ଡରେ କଳସ ଧରି ବାହାରି ପୁରୁଷୋତ୍ତମ ସାଗର କୁ ଯାଇଥିଲା।
ଆଦିତ୍ୟ ଖମାରୀ ମାଆ ଙ୍କ ଖଡ୍ଗ ଧରି ଶୋଭାଯାତ୍ରାରେ ଯାଇଥିବା ବେଳେ ପୂଜକ ନାରାୟଣ ମିଶ୍ର ଜଳଧିବାସ କର୍ମ ସମ୍ପାଦନ କରିଥିଲେ। ନିଶାନ ବାଜା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ସହର ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ଦିରର ଯଜ୍ଞ ମଣ୍ଡପରେ କଳସ ଗୁଡ଼ିକ ସ୍ଥାପନ କରାଯାଇଥିଲା।ଗୁରୁବାର ଦିନ ଚଣ୍ଡୀ ମହାଯଜ୍ଞ ଆରମ୍ଭ ହେବ ଓ ସଂଧ୍ୟା ଛଅଟାରେ ପୂର୍ଣ୍ଣାହୁତି ହେବ ବୋଲି ମନ୍ଦିର ପୂଜା କମିଟି ସଭାପତି ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

