ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ହିଲ୍ ଟାଉନ ସ୍ଥିତ ପ୍ରିନ୍ସି ହଙ୍ଗର ଗ୍ୟାରେଜ ନାମକ ଏକ ନୂତନ ରେଷ୍ଟୁରାଣ୍ଟରେ ଫ୍ରୁଟ କାର୍ଭିଂ ବା ଫଳ ଖୋଦେଇ ଚିତ୍ର କଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଥିଲା।ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁର ହୋଟେଲ କ୍ଲାର୍କସ ଇନ୍ ରେ ମୁଖ୍ୟ ସେଫ୍ ଭାବରେ କାର୍ଯ୍ୟରତ ଓଡ଼ିଆ ପୁଅ ସେଫ ସପନ ନାୟକ ଯୋଗଦେଇ ତରଭୂଜ ଜରିଆରେ ନିଜର ନିଖୁଣ ଓ ଜୀବନ୍ତ ଚିତ୍ରକଳା ପ୍ରଦର୍ଶିନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍କଳମଣୀ ଗୋପବନ୍ଧୁ ଦାସ, ରତନ ଟାଟା, ନେତାଜୀ ସୁବାସ ଚନ୍ଦ୍ର ବୋଷ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଚଳଚ୍ଚିତ୍ର ତାରକା ଅକ୍ଷୟ କୁମାର, ହର ପଟ୍ଟନାୟକ, ବିଜୟ ମହାନ୍ତିଙ୍କ ସମେତ କଳାହାଣ୍ଡିର ପ୍ରଥମ ଇଞ୍ଜିନିୟର ପ୍ରଫେସର ଭୁବନେଶ୍ୱର ବେହେରା ଏବଂ ବିଶିଷ୍ଟ ସମାଜସେବୀ କିଶନ ପଟ୍ଟନାୟକଙ୍କ ଅବିକଳ ମୂର୍ତ୍ତିକୁ ସପନ ନାୟକ ତରଭୂଜରେ ଖୋଦିତ କରି ପ୍ରଦର୍ଶିତ କରିଥିଲେ । ସେହିଭଳି ପ୍ରିନ୍ସି ହଙ୍ଗର୍ ଗ୍ୟାରେଜର ପରିଚାଳନା ନିର୍ଦ୍ଦେଶିକଙ୍କ ଝିଅ ପ୍ରିନ୍ସି ଠାକୁରଙ୍କ ମଧ୍ୟ ତରଭୁଜରେ ଖୋଦିତ ଫଟୋଚିତ୍ର ପ୍ରଦର୍ଶନୀରେ ରଖାଯାଇଥିଲା। ଫଳ ଚିତ୍ରକଳା ବା ଫ୍ରୁଟ କାର୍ଭିଂ ପ୍ରଦର୍ଶନୀ କଳାହାଣ୍ଡିରେ ପ୍ରଥମ କରି ପ୍ରିନ୍ସି ହଙ୍ଗର୍ ଗ୍ୟାରେଜ ତରଫରୁ ଆୟୋଜନ କରାଯାଇଛି । ଏଣୁ ଏହା ଦେଖିବାକୁ ପ୍ରିନ୍ସୀ ହଙ୍ଗର୍ ଗ୍ୟାରେଜ ରେଷ୍ଟୁରାଣ୍ଟ ରେ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ରହିବା ସହ ଏହି ନିଆରା ପ୍ରଦର୍ଶନୀ ପାଇଁ ଲୋକେ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୧ ତାରିଖରେ ଏହି ରେଷ୍ଟୁରାଣ୍ଟ ଉଦଘାଟନ ହୋଇଥିଲା । ହାଇଦ୍ରାବାଦ ଷ୍ଟାଇଲର ମଣ୍ଡି ବିରିଆନୀ , ଦମ୍ ବିରିଆନୀ, ବିଭିନ୍ନ ଆମିଷ ଓ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପାଇଁ ଲୋକଙ୍କ ଭିଡ ହେଉଥିବା ସହ ସହରରେ ଏହି ରେଷ୍ଟୁରାଣ୍ଟକୁ ନେଇ ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମକୁ ପ୍ରିନ୍ସି ହଙ୍ଗର୍ ଗ୍ୟାରେଜ ରେଷ୍ଟୁରାଣ୍ଟ ର ପରିଚାଳନା ନିର୍ଦ୍ଦେଶିକ ଅବିନାଶ ଠାକୁର ଏବଂ ପ୍ରିତମ ପ୍ରିୟଦର୍ଶିନ ନନ୍ଦ ପରିଚାଳନା କରିଥିବା ବେଳେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

