ନ୍ୟୁଜଗ୍ୟାଲେରି,ଧର୍ମଗଡ,ବେହେରା:(ଭୂପେଶ ତିୱାରୀ)କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ର କେନ୍ଦ୍ରସ୍ଥଳୀ ବେହେରା ଗ୍ରାମରେ ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ସାତ ଦିନ ପରେ ଉଦଯାପିତ ହୋଇ ଯାଇଛି ।ମଞ୍ଚରରେ କୃଷ୍ଣ ବଳରାମ ଦ୍ୱାରା ଶିବଧନୁ ଭଗ୍ନ ସହ କଂସାଶୁର ବଧ ଦୃଶ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା ।ଷଷ୍ଠ ସନ୍ଧ୍ୟା ରେ ଓଡ଼ିଶାର ଖ୍ୟାତନାମା କମେଡି ଷ୍ଟାର ଯୋଗେଶ ଜୋଜୋ ଙ୍କ ହାସ୍ୟ ଅଭିନୟ ରେ କମ୍ପିଉଠିଥିଲା ମଞ୍ଚ ।
ଶେଷ ସନ୍ଧ୍ୟା ରେ କଂସ ଦରବାର ରେ ମୁଖ୍ୟ ଅତିଥି ଭାବେ ଦୟାମୟ ପାଢ଼ୀ ସି ଡି ଓ କଳାହାଣ୍ଡି,ସ୍ଵତନ୍ତ୍ର ଅତିଥି ଉପଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚକମା,ସମ୍ମାନିତ ଅତିଥି ଶରତ କୁମାର ପାଢ଼ୀ ବି ଡି ଓ ଧର୍ମଗଡ଼,ହିମାଞ୍ଚଲ୍ ମାଝୀ ବିଡ଼ିଓ କୋକସରା, ବିଶ୍ୱା ମିତ୍ର ସିଂ ଏସ ଏ ଆର ସି ଏସ ଧର୍ମଗଡ଼ ,ମୁଖ୍ୟ ବକ୍ତା ଭାବେ ଧର୍ମରାଜ ମାଝି ବିଡ଼ିଓ ଜୟପାଟଣା ଯୋଗ ଦେଇଥିଲେ ।ଏହି ଅବସରରେ ଦଣ୍ଡପାଟ ଯୁବଶକ୍ତି ସମ୍ମାନ ରେ ପ୍ରଭାତ ତିୱାରୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ସ୍ବର୍ଗତ ଅଖିଳ ନାୟକ ଙ୍କୁ ମରଣ ଉପରାନ୍ତ ଦଣ୍ଡପାଟ ସାହିତ୍ୟ ରତ୍ନ ସମ୍ମାନ ଦିଆଯାଇଥିଲା।
ମଞ୍ଚ ପରିଚାଳନା ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ କରିଥିଲେ ।କମିଟି ର ସଭାପତି ବିନ୍ଦୁସାର୍ ବିଶି ,ସମ୍ପାଦକ ଲଲିତ ବାଣୁଆ, କୋଷାଧ୍ୟକ୍ଷ ବାଳକୃଷ୍ଣ ବିଶି, ଭବାନୀ ବାରିକ,ଭବେଶ ଗଇନ୍ତା,ଗୁଣ ନିଧି ନାଗ,ହୋକିମ୍ ବିଶି,ତରେଶ ବିଶି,କ୍ଷୀରସିନ୍ଧୁ ବାଗ,ଅଜୟ ତିୱାରୀ,ଭୁଜବଳ ନାଏକ,ପ୍ରକାଶ ସାହୁ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

