ନ୍ୟୁଜ ଗ୍ୟାଲେରି,ଜୁନାଗଡ: ଜୁନାଗଡ଼ ସ୍ଥିତ ସହିଦ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ଭାରତର ପ୍ରଥମ ଶିକ୍ଷୟତ୍ରୀ ତଥା ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ମାଁ ଲଙ୍କେଶ୍ୱରି ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ମାତା ସାବିତ୍ରୀ ବାଇ ଫୁଲେ ଜନ୍ମ ଜୟନ୍ତୀ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟବକ୍ତା ଛବିଲାଲ ସାହୁ, କେସିଙ୍ଗା ମହାବିଦ୍ୟାଳୟ ର ଅଧ୍ୟାପକ ବୈଲୋଚନ ନାଏକ, ଜୁନାଗଡ଼ ଏନ.ଏ.ସି ଅଧ୍ୟକ୍ଷା ହିମାଦ୍ରି ନାଏକ, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର, କଳାହାଣ୍ଡି ପଣ୍ଡରାମାଳି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଇଶ୍ୱର ପୁଝରୀ, ଏସଟିଏସସି ଓବିସି ମିଳିତ ମଞ୍ଚର ଆବାହକ ଡମ୍ବରୁଧର ଲହଜଲ, ଅଲଓଡ଼ିଶା ସିଡୁଲକାଷ୍ଟ ଫେଡରସନ ର ସଭାପତି ଶ୍ରୀବସ୍ତ୍ର ତାଣ୍ଡି, ବହୁଜନ ସଂଗ୍ରସମ ସମିତିର ଅଧ୍ୟକ୍ଷ ରଞ୍ଜନ କୁମାର ଜାଲ, କୁବେର ସମାଜ ସଭାପତି ଉଦ୍ଧବ ସାହୁ, ରମଣୀ ଦୁରିଆ, ଛବିନାଲ ନିଆଲ, ଜାତୀନ୍ଦ୍ର କର ପ୍ରମୁଖ ଉଦବୋଧନ ଦେଇଥିଲେ। ପରେ ଅତିଥି ମାନଙ୍କ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲେ।
କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କଦ୍ୱାରା ମହାପୁରୁଷ ମାନଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅତିଥିମାନେ ସାବିତ୍ରୀ ବାଇ ଫୁଲେଙ୍କ ସ୍ମୃତି ଚାରଣ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ସୁଜାତା ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ କମିଟିର ସମ୍ପାଦକ ଚିତ୍ତରଞ୍ଜନ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

