ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ୍ୟରେ କଳାହାଣ୍ଡି କେରମ ଆସୋସିଏସନ ତରଫରୁ ଆଗାମୀ ୯ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କେରମ ଓ ଚେସ ପ୍ରତିଯୋଗିତା ନିମନ୍ତେ କଳାହାଣ୍ଡି କେରମ ସଂଘ ର ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ଇଂ କ୍ଷୀରୋଦ ମୁଣ୍ଡ, ସମ୍ପାଦକ ପ୍ରଭାତ ବ୍ରହ୍ମା, କଳାହାଣ୍ଡି ଚେସ ସଂଘର ସଭାପତି ରବୀନ୍ଦ୍ର ସାହୁ, ସମ୍ପାଦକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଉପସ୍ଥିତ ରହିଥିଲେ । କେରମ ଓ ଚେସ ପ୍ରତିଯୋଗିତା ସୁରୁଖୁରୁରେ ସମାପନ କରିବା ପାଇଁ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କର ମତାମତ ନିଆଯାଇଥିଲା । ଏହି ବୈଠକରେ ସଞ୍ଜୟ ମିଶ୍ର, ସୁଶାନ୍ତ ପ୍ରଧାନୀ, କିଶୋର ଅଗ୍ରୱାଲ, ବିଶ୍ୱ ରଞ୍ଜନ ପଣ୍ଡା, ଶିବାନନ୍ଦ ଦାସ, ରୁନୁ ବାଗ, ସୌମ୍ୟ ରଞ୍ଜନ ତ୍ରିପାଠୀ, ବସନ୍ତ ସ୍ୱାଇଁ,ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଆଶିଷ ମିଶ୍ର, ଶଶାଙ୍କ ପାତ୍ର, ପଙ୍କଜ ନାଏକ, ସୁରେନ୍ଦ୍ର ମାଝୀ, କାଁଶିରାଜ ନାଏକ, ଦୁର୍ଗା ଦ୍ବିବେଦୀ, ରୁପମ ମାଝୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ମତାମତ ରଖିବା ସହିତ ପ୍ରତିଯୋଗିତା ପାଇଁ ବିଭିନ୍ନ କମିଟିମାନ ପ୍ରସ୍ତୁତ କରି ଦାୟିତ୍ୱ ବଣ୍ଟନ କରାଯାଇଥିଲା ।
ପରିଶେଷରେ ମୁଖ୍ୟ ଉପଦେଷ୍ଟା ଇଂ ମୁଣ୍ଡ ତାଙ୍କର ଅଭିଭାଷଣ ରଖିଥିଲେ ଏବଂ ସମସ୍ତଙ୍କୁ ମାର୍ଗଦର୍ଶନ ଦେଲାପରେ ସମ୍ପାଦକ ପ୍ରଭାତ ବ୍ରହ୍ମା ବିଶେଷ କରି ଜିଲ୍ଲା ଯୋଜନା ଉପନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂକୃତି ଅଫିସର ବିବେକାନନ୍ଦ ମହାନନ୍ଦଙ୍କୁ ତଥା ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଦେବାସହ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିବା ସହ ଆଗାମୀ ପ୍ରତିଯୋଗିତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

