ନ୍ୟୁଜଗ୍ୟାଲେରି,ଧର୍ମଗଡ,ବେହେରା: (ଭୂପେଶ ତିୱାରୀ) ଧନୁଯାତ୍ରା ଦେଖି ବିଳମ୍ବିତ ରାତିରେ ଫେରିବା ବାଟରେ ଦୁର୍ଘଟଣାରେ ଜଣ ଙ୍କ ମୃତ୍ୟୁ ହୋଇଛି। ସୂଚନା ମତେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ପର୍ଲା ନଦୀ ବ୍ରିଜ଼ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣା ରେ ଜଣକର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଧର୍ମଗଡ ଥାନା ମଝେନପଦର ଗାଁ ର ନୀଳାମ୍ବର ନାଏକ ବୟସ ୨୫। ସେ ବେହେରା ରୁ ଦଣ୍ଡପାଟ ଧନୁଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ପରିବାର ଲୋକେ ଶୁକ୍ରବାର ସକାଳ ୮ ଟା ରେ ଧର୍ମଗଡ ଥାନା ରେ ଏତଲା ଦେଲା ପରେ ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

