ରାଜ୍ୟ ଜିଲ୍ଲା ଖବର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ଖୁସି ଖବର,ନିୟମିତ ହେବାନେଇ ଜାରିହେଲେ ମୋଡାଲିଟି By Hemant Kumar Ray June 23, 2023June 23, 2023 0 minutes, 0 seconds Read 432 ଭୁବନେଶ୍ୱର : (ନ୍ୟୁଜଗ୍ୟାଲେରି) ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ମୋଡାଲିଟି ପ୍ରକାଶ ପାଇଛି। ଉକ୍ତ ମୋଡାଲିଟି ଅନୁଯାୟୀ, ୨୦୧୩ ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେବେ। ସେମାନଙ୍କ ଚୁକ୍ତିଭିତ୍ତିକ ଅବଧି ନିୟମିତ ଚାକିରିରେ ଯୋଗ ହେବା ସହ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରାଯିବ। ନିୟମିତ କର୍ମଚାରୀଙ୍କ ପରି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ। ୯ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ, ବିଳମ୍ବରେ ହେଲେ ମଧ୍ୟ ଗଣଶିକ୍ଷା ବିଭାଗ ତାହାକୁ ଏବେ କାର୍ଯ୍ୟକାରୀ କରିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି। ତେବେ ଦୁଃଖର ବିଷୟ ହେଉଛି ୨୦୧୩ ପୂର୍ବରୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାଧ୍ୟମିକ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ, ସେମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ନାହିଁ। ଯେଉଁମାନେ କି ରାଜ୍ୟ ସରକାରଙ୍କ ଆର୍ଥିକ ଦୁରବସ୍ଥା ସମୟରେ ୨୦୦୪ ମସିହାରୁ ସ୍ବଳ୍ପ ଦରମା(୧୫୦୦ ଓ ୨୦୦୦)ରେ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରି ଆସୁଛନ୍ତି। ଏଭଳି ନିର୍ଦ୍ଦେଶନାମା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କାରଣ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ନେଇ ୮ ମାସ ଧରି ଆନ୍ଦୋଳନ ଜାରି ରହିଥିଲା। ନୂତନ ପେନ୍ସନ୍ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସମେତ ବିଭିନ୍ନ ଶିକ୍ଷକ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ୧୭ ଦିନ ଧରି ଧାରଣାରେ ବସିବା ସହ ଦାବିଗୁଡ଼ିକ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସବୁ ପରେ ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ମିଳି ପାରି ନଥିବା ଅଭିଯୋଗ ହୋଇଛି। ନୂତନ ପେନ୍ସନ୍ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ବଜିତ ବିଶ୍ୱାଳ, କୋଷାଧ୍ୟକ୍ଷ ପଞ୍ଚାନନ ଜେନା, ମିଡିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା, ଆବାହକ ନିରୋଦ ରଥ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ଏହି ମୋଡଲିଟି ପ୍ରକାଶ ପରେ ମଧ୍ୟ ହଜାର ହଜାର ଶିକ୍ଷକ/ଶିକ୍ଷୟିତ୍ରୀ କୌଣସି ସୁବିଧା ସୁଯୋଗ ନ ପାଇବା ଚକିତ କରିଛି। ଯେଉଁମାନେ ରାଜ୍ୟ ସରକାରଙ୍କ ଖରାପ ଆର୍ଥିକ ସମୟରେ କମ୍ ଦରମାରେ ଚାକିରି କରି ସାହାଯ୍ୟ ଓ ସହଯୋଗ କରିଥିଲେ, ସେମାନଙ୍କ ପ୍ରତି ଅନ୍ୟାୟ,ଅବିଚାର ଓ ବିଶ୍ୱାସଘାତ କରାଯାଇଛି। ସମସ୍ତଙ୍କୁ ନ୍ୟାୟ ନଦେବା ଯାଏ ସଂଘ ହାର ମାନିବ ନାହିଁ କି ପଛଘୁଞ୍ଚା ଦେବ ନାହିଁ। ବରଂ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ସଂଘ ସଭାପତି ଶ୍ରୀ ପ୍ରଧାନ କହିଛନ୍ତି। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ରାଜ୍ୟ ଜିଲ୍ଲା ଖବର ବଲାଙ୍ଗୀରରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ By Hemant Kumar Ray June 18, 2025June 18, 2025
ରାଜ୍ୟ ଜିଲ୍ଲା ଖବର ଭବାନୀପାଟଣା ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ରେ ସଚେତନତା ଶୋଭାଯାତ୍ରା By Hemant Kumar Ray April 29, 2023April 29, 2023