ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ପ୍ରଭୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ସଦର ବିଧାୟକ ଅନାମ ନାଏକ ଯୋଗଦେଇ କଳାହାଣ୍ଡି କରଣ ସମାଜ ତରଫରୁ ୨୭ତାରିଖ ରୁ ଚାରି ଦିନ ବ୍ୟାପି ହେବାକୁ ଥିବା ଉତ୍ସବକୁ ଶ୍ରୀମତୀ ଦେଓ ଏବଂ ସମସ୍ତ ଅତିଥିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ।
ସମାଜର ସଭାପତି ରାମ ଶଙ୍କର ଦାସ, ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ମହିଳା ସଭାନେତ୍ରୀ ସୁଶ୍ରୀ ସବିତା ପଟ୍ଟନାୟକ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ । ସଭାପତିଙ୍କ ଦ୍ୱାରା ସମସ୍ତ ଅତିଥି ମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଏବଂ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ବିଗ୍ରହ ପ୍ରଦାନ କରାଯାଇଥିଲା । ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ।ଏହାପରେ ସମାଜର ମୁଖପତ୍ର “ଚିତ୍ରାଂଶ” କୁ ସମସ୍ତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସବିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟା ୫ ଘଣ୍ଟା ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସହ ସହ ମାତ୍ରାରେ କଳସ ଯାତ୍ରାରେ ସାମିଲ ହୋଇ ନଗର ପରିକ୍ରମା କରିଥିଲେ । ଏହାପରେ ସମାଜ ଭବନ ଠାରେ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ସନ୍ଧ୍ୟା ରଖାଯାଇଥିଲା । ପୂଜାବିଧି ଅନୁଯାଇ ଅଙ୍କୁରା ରୋପଣ କରାଯାଇଥିଲା ।ପ୍ରଥମ ଦିନରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ସମାଜର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

