ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆକସ୍ମିକ ଚିକିତ୍ସା ସେବାର ସୁଧାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇ ମୁଖ୍ୟ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ଠାରେ ଏକ ନୂତନ ବାଇକ୍ ଆମ୍ବୁଲାନ୍ସ ସେବାର ଉଦ୍ଧଘାଟନ କରିଛନ୍ତି । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ମିନତୀ ଲତା ଦାଶ (ପ୍ରସୂତି ଏବଂ ସ୍ତ୍ରୀରୋଗ ବିଶେଷଜ୍ଞ)। ଏହି ଅବସରରେ ଟାଟା ପାୱାର ୱଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରି ବ୍ୟୁସନ୍ ଲିମିଟେଡ୍ ର ଅଧିକାରୀର ସିଏସଆର ମୁଖ୍ୟ ଅରୁଣା ମାରାଣ୍ଡି ଏବଂ ସ୍ବାସ୍ଥ୍ୟ ସ୍ବରାଜ ସୋସାଇଟି, କାଳାହାଣ୍ଡିର ଏକଜିକ୍ୟୁଟିଭ ଡିରେକ୍ଟର ଡାକ୍ତର ଯେମା ଜୋସେଫ ଏଡାସେରୀ (ଡା. ଆକ୍ୱିନାସ, ମେଡ଼ିସିନ ବିଶେଷଜ୍ଞ) ପ୍ରମୁଖ ଉପସ୍ଥିତ ଥିଲେ । ଏହି ସେବା ଥୁଆମୂଳ ରାମପୁର ବ୍ଲକର କେରପାଇ ଏବଂ ସିଲେଟ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବାକୁ ସୁଗମ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି।ଏହି ନୂତନ ସେବା ଲୋକମାନଙ୍କୁ ଆକସ୍ମିକ ସେବା ଦେବାକୁ ଭଦ୍ଦିଷ୍ଟ ବିଶେଷକରି ଦୁର୍ଗମ ସ୍ଥାନ ମାନଙ୍କରେ ଯେଉଁଠାରେ ପାରମ୍ପାରିକ ଆମ୍ବୁଲାନ୍ସ, ସେବା ପହଞ୍ଚାଇବାରେ ସଂକଟର ସମ୍ମୁଖୀନ ହୋଇଥାଏ । ବାଇକ୍ ଆମ୍ବୁଲାନ୍ସଟି ପ୍ରଶିକ୍ଷିତ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ । ଟାଟା ପାୱାର ୱେଷ୍ଟର୍ନ ଓଡିଶା ଡିଷ୍ଟ୍ରୀ ବ୍ୟୁସନ୍ ଲିମିଟେଡର ସହାୟତାରେ ଏହି ସ୍ବାସ୍ଥ୍ୟ ସେବା ଗ୍ରାମୀଣ ସମୁଦାୟ ନିମନ୍ତେ ଉଦ୍ଦିଷ୍ଟ ହେବ। ସୁସ୍ଥ୍ୟ ସ୍ଵରାଜ ସୋସାଇଟି ଏହି ସେବାର ପରିଚାଳନା ହାତକୁ ନେଇଛି ଟାଟା ପାୱାର ୱେଷ୍ଟର୍ନ ଓଡିଶା ଡିଷ୍ଟ୍ରୀ ବ୍ୟୁସନ୍ ଲିମିଟେଡର ଏହି ସହଯୋଗ ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ସ୍ବାସ୍ଥ୍ୟ ସ୍ବରାଜ ଏକ୍ସକ୍ୟୁଟିଭ୍ ଡିରେକ୍ଟରଙ୍କ ମତରେ ଏହି ସହାୟତା କେବଳ ଆକସ୍ମିକ ସ୍ବାସ୍ଥ୍ୟ ସହାୟତା ପ୍ରଦାନ କରିବ ନାହିଁ, ବରଂ ଏହା ଅପହଞ୍ଚ ଅଞ୍ଚଳ ଗୁଡିକରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଏକ ସ୍ଥାୟୀ ମଡେଇ ସୃଷ୍ଟି କରିବ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

