ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ଭବନ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ବୀରେନ୍ଦ୍ର ବାଗ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକ ରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ସଭାପତି ଶ୍ରୀ ଧୀରେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ରହି ସଂଗଠନ କୁ କେମିତି ସୁଦୃଢ କରାଯିବ ସେହି ବିଷୟରେ ୧୩ ଗୋଟି ବ୍ଲକ ର ସଭାପତି, ସମ୍ପାଦକ ତଥା ଅନ୍ୟ କର୍ମ କର୍ତ୍ତା ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ।
ବଲାଙ୍ଗୀର ଜିଲ୍ଲା ର ବିଜେପି ସଭାପତି ଶ୍ରୀ ଶିବାଜୀ ପ୍ରସାଦ ମହାନ୍ତି ଅତିଥି ଭାବରେ ଯୋଗ ଦେଇ ସରକାରଙ୍କ ସମସ୍ତ ବର୍ଗ ର ଶିକ୍ଷକ ଙ୍କ ପାଇଁ ଗୁରୁତ୍ବ ର ସହ ଚିନ୍ତା କରୁଛନ୍ତି ଏବଂ ଆଗାମୀ ଦିନରେ କେନ୍ଦ୍ରୀୟ ହାରରେ ଦରମା ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି କହିଥିଲେ । ସଂଙ୍ଘଠନ ମାଧ୍ୟମରେ ଶିକ୍ଷକ ଙ୍କ ଥିବା ସମସ୍ୟା କୁ ନେଇ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନା କରିବି ବୋଲି ନିଜର ଅଭିଭାଷଣ ରେ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ମଧୁସୂଦନ ପ୍ରଧାନ ମଞ୍ଚପରିଚାଳନା କରିଥିଲେ । ବୈଠକ ରେ ଅବସରପ୍ରାପ୍ତ ଶିକ୍ଷକ ତଥା ମଦନପୁରରାମପୁର ବ୍ଲକ ସଭାପତି ଶ୍ରୀ ବିଭୁତି ପ୍ରହରାଜ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ଉପଦେଷ୍ଟା ଅଶୋକ ତ୍ରିପାଠୀ, ସଂଗଠନ ସମ୍ପାଦକ ପଦ୍ମଚରଣ ନାଏକ,ଉପସଭାନେତ୍ରୀ ଅର୍ଚନା ମିଶ୍ର, କୋଷଦକ୍ଷ ଶିବପ୍ରସାଦ ଦାସ, କୋର କମିଟି ସଦସ୍ୟ ଯୋଗେଶ୍ୱର ମିଶ୍ର, କଳ୍ପେ ପୁରୋହିତ, ଜଗଦୀଶ ପାଣି ଉପସ୍ଥିତ ରହିଥିବାବେଳେ ଅଜିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

