ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ପ୍ରାଥମିକ ଶିକ୍ଷକ ଭବନ ଠାରେ ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତୀ (ଯୋଜନା ଭିତ୍ତିକ) ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଦର ବ୍ଲକ ଶିକ୍ଷକ ସଂଘର ସଭାପତି ମଧୁସୂଦନ ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ସଂପାଦକ ପ୍ରଦ୍ୟୁମ୍ନ କୁମାର ହୋତା ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଦବୋଧନ ସଂଭାଷଣ ପ୍ରଦାନ କରିି ସ୍ୱାଗତ କରିଥିଲେ ।
ମୁଖ୍ୟ ଅତିଥି ଭବାନୀପାଟଣା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦିଶ ମୁଣ୍ଡ ଯୋଗଦାନ କରି ଶିକ୍ଷା ର ମହତ୍ବ ଓ ଶିକ୍ଷକଙ୍କ ଭୂମିକା ସଂପର୍କରେ ନୂତନ ଶିକ୍ଷକମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟତମ ସମ୍ମାନ ଅତିଥିଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କମିକର୍ତ୍ତା ଅମରେନ୍ଦ୍ର ପଟ୍ଟନାୟକ ଓ ତପନ କୁମାର ବେହେରା,ନର୍ଲା ବ୍ଲକ ସଂଘର ସଂପାଦକ ଅମିତ ଶର୍ମା ଓ ଥୁଆମୂଳ ରାମପୁର ବ୍ଲକର ସଭାପତି ଅଜିତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉଦବୋଧନ ଦେଇ ଥିଲେ । ଏଥି ସହ ସଦର ବ୍ଲକର ଉପସଭାପତି ବେଣୁଧର ବିଶ୍ୱାଳ, ଦୁଷ୍ମନ୍ତ ମାଝୀ,ପ୍ରଫୁଲ ବାଗ,କନିଷ୍ଠ ଶିକ୍ଷକ ସଂଘର ସାଂପାଦକ କାଳନ୍ଦ୍ରୀ ସ୍ୱାଇଁ, ଉପସଭାପତି ବିଜୟ କୁମାର ଦଳାଇ, ଅନ୍ୟାନ୍ୟ ସଦସ୍ୟ ଜଗତଜୀବନ ମହାନ୍ତି, ସମୀର ନିଳକଣ୍ଠ ମହାପାତ୍ର, ମୃତ୍ୟୁଞ୍ଜୟ ପ୍ରଧାନ, ପୁଷ୍ପଲତା ବେହେରା, ପ୍ରିୟମ୍ବଦା ପରିଡ଼ା , ସତ୍ୟମୟୀ ମାଳିନୀ, କସ୍ତୁରୀ ଚାଲାଣ,ସଭା ରେ ଉପସ୍ଥିତ ନୂତନ ଶିକ୍ଷକମାନଙ୍କୁ ପୁଷ୍ପଗୁଛ ସହ ସମ୍ମାନିତ କରିଥିଲେ ।
ଜିଲ୍ଳା ସଂଘର ସଂପାଦକ ତଥା ରାଜ୍ୟ ଏ ୟୁ ପି ଟି ଏଫ ର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ରାଜ୍ୟରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସଂପର୍କୀତ ରାଜ୍ୟ କାର୍ଯ୍ୟକାରିଣୀ ଜରୁରୀ ବୈଠକରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାଇଥିଲେ ମଧ୍ୟ ସେଠାରେ ଥାଇ ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ୫୦ ରୁ ଉର୍ଦ୍ଧ ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।
ସର୍ବଶେଷରେ ସଂଘର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

