ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ମାଇ ଭାରତ ଓ ସି ଆର ପି ଏଫ ୬୪ ବେଟାଲିଆଁନଙ୍କ ମିଲିତ ଉଦ୍ୟମରେ ୧୬ତମ ଜନଜାତିୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ବିଶାଖାପାଟଣା ଯାଇଥିବା ୪୦ ପ୍ରତିଭାଗୀ ଓ ମୁମ୍ବାଇ ଯାଇଥବା ୩୦ ପ୍ରତିଭାଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ଯୁବକ ଯୁବତୀଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବା ସହ ଦକ୍ଷତା ବିକାଶ ତାଲିମ ସାଙ୍ଗକୁ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଥାଲା।ଏଥିରେ ବିଶାଖାପାଟଣା ଯାଇଥିବା ଦଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୁମ୍ବାଇ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବକୃତା ପ୍ରତିଯୋଗିତା ରେ ବିଶାଖାପାଟଣା ଯାଇଥିବା ଝରଣା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମୁମ୍ବାଇ ଯାଇଥିବା ବନ୍ଦିନୀ ମାଝୀ ତୃତୀୟ ସ୍ଥାନ ଅଧିକାର କରି କଳାହାଣ୍ଡି ପାଇଁ ଗୌରବ ଆଣିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଡି.ପି.ଆର. ଓ ହଳଦର ନିଆଲ,ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, ୬୪ଇନିସ୍ପେକଟର ସି.ଆର. ପି. ଏଫ ପ୍ରବୀଣ ପଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।
ଅତିଥିମାନେ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଏହାର ସଫଳ କାର୍ଯ୍ୟକାରିତା ଉପରେ ଯୁବକ ଯୁବତୀ ମାନଙ୍କ ପ୍ରମୂଖ ଭୂମିକା ଥିବା ଦର୍ଶାଇଥିଲେ ଏବଂ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଲେଖାପାଳ ଦ୍ଵିତୀୟା ବନଛୋର ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

