Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି କାର୍ଯ୍ୟକ୍ରମ ରେ ବିଶାଖାପାଟଣା ଯାଇଥିବା ୪୦ ପ୍ରତିଭାଗୀ ଓ ମୁମ୍ବାଇ ଯାଇଥବା ୩୦ ପ୍ରତିଭାଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ଯୁବକ ଯୁବତୀଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବା ସହ ଦକ୍ଷତା ବିକାଶ ତାଲିମ ସାଙ୍ଗକୁ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଥାଲା।ଏଥିରେ ବିଶାଖାପାଟଣା ଯାଇଥିବା ଦଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୁମ୍ବାଇ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବକୃତା ପ୍ରତିଯୋଗିତା ରେ ବିଶାଖାପାଟଣା ଯାଇଥିବା ଝରଣା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମୁମ୍ବାଇ ଯାଇଥିବା ବନ୍ଦିନୀ ମାଝୀ ତୃତୀୟ ସ୍ଥାନ ଅଧିକାର କରି କଳାହାଣ୍ଡି ପାଇଁ ଗୌରବ ଆଣିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଡି.ପି.ଆର. ଓ ହଳଦର ନିଆଲ,ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, ୬୪ଇନିସ୍ପେକଟର ସି.ଆର. ପି. ଏଫ ପ୍ରବୀଣ ପଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।
ଅତିଥିମାନେ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଏହାର ସଫଳ କାର୍ଯ୍ୟକାରିତା ଉପରେ ଯୁବକ ଯୁବତୀ ମାନଙ୍କ ପ୍ରମୂଖ ଭୂମିକା ଥିବା ଦର୍ଶାଇଥିଲେ ଏବଂ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଲେଖାପାଳ ଦ୍ଵିତୀୟା ବନଛୋର ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
