ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଡେଙ୍ଗୁ ମ୍ୟାଲେରିଆ ସଂପର୍କିତ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ଵମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଳ , ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ବ୍ୟାପିବା ସମ୍ବାବନା ଥିବା ଅଞ୍ଚଳରେ ଏହି ରୋଗ କୁ ରୋକିବା ପାଇଁ ବିଭିନ୍ନ ବିଭାଗର ପଦକ୍ଷେପ, ସଚେତନତା ସୃଷ୍ଟି ସମ୍ପର୍କରେ ସମୀକ୍ଷା କରିଥିଲେ।
ସମସ୍ତଙ୍କର ମିଳିତ ଉଦ୍ୟମରେ ହି ଡେଙ୍ଗୁ , ମ୍ୟାଲେରିଆ,ହଇଜା ନିରାକରଣ କରାଯାଇପାରିବ ଓ ଜିଲ୍ଲାରେ ବର୍ଷା ଋତୁରେ ସତର୍କ ହେଲେ ଉକ୍ତ ରୋଗ ଯେପରି ନ ହେବ ଏଥି ପାଇଁ , ସବୁସ୍ତର ରେ ଜନ ସଚେତନତା କରିବା ପାଇଁ ଆହ୍ବାନ କରାଗଲା। ସଚେତନତା ହିଁ ସୁରକ୍ଷା।ସମସ୍ତେ ଡେଙ୍ଗୁ ରୁ ରକ୍ଷା ପାଇବା ପାଇଁ ଔଷଧଯୁକ୍ତ ମଶାରୀ ଟାଣିବା ବା ମଶା ନାଶକ ବତି ବ୍ୟବହାର କରି ଯେଭଳି କୌଣସି ସ୍ଥାନରେ ପାଣି ନ ଜମିବା ଉପରେ ଗୁରୁତ୍ବ ଦେଲେ ଡେଙ୍ଗୁକୁ ରୋକାଯାଇପାରିବ ।ଜିଲ୍ଲାପାଳ ବିଶେଷ କରି ଥୁଆମୂଲ ରାମପୁର, ଲାଞ୍ଜିଗଡ,ଏମ ରାମପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ଅଧିକାରୀ , ଆଶା କର୍ମୀ, ଏ ଏନ୍ ଏମ ନିଜ ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁରେ ନଳକୂପ ବିଶୋଧନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ସି ଡି ଏମ ଓ,ଡି ଡବ୍ଲୁ ଓ, ଡି ପି ଏମ (ଏନ୍ ଏଚ ଏମ), ଡି ଆଇ ପି ଆର୍ ଓ,ଏସ ଇ ଆର୍ ଡ ବ୍ଲୁ ଏସ ଏସ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

