Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ଯରେ ପ୍ରଥମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଭାରତ ର ସ୍ଵାଧୀନତା ଓ ସମ୍ବିଧାନ ପ୍ରଣୟନ ରେ ଯେଉଁ ମହାପୁରୁଷଙ୍କ ଅକ୍ଲାନ୍ତ ପରିଶ୍ରମ ତ୍ୟାଗ ଓ ବଳିଦାନ ରହିଥିଲା ତାଙ୍କର ସ୍ମୃତି ଚାରଣ କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମ ରେ କଳାହାଣ୍ଡି ଜିଲ୍ଲା ର ବୀର ସ୍ଵାଧୀନତା ସଂଗ୍ରାମୀ ସହିଦ୍ ରେଣ୍ଡୋ ମାଝି ଙ୍କ ବଳିଷ୍ଠ ନେତୃତ୍ବ ଓ ନିଜ ମାଟି ଦେଶ ମାତୃକାର ସେବା ପାଇଁ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଲଢ଼େଇ କରି ସହିଦ୍ ହୋଇଥିବା କଥା ମନେପକାଇଥିଲେ । ଏହି ଅବସରରେ ଜିଲା ର ଶିକ୍ଷା, ସ୍ୱାସ୍ଥ୍ୟ କୃଷି, ଗମନାଗମନ, ପର୍ଯ୍ୟଟକ ଇତ୍ୟାଦି କ୍ଷେତ୍ରରେ ହୋଇଥିବା ଉନ୍ନତି ଓ ବିକାଶ ଧାରାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ଙ୍କର ସହଯୋଗ ର ଆବଶ୍ୟକତା ରହିଥିବା କଥା ମୁଖ୍ୟ ଅତିଥି ଦର୍ଶାଇଥିଲେ। ମିଳିତ ପ୍ୟାରେଡ ରେ ପୋଲିସ ବାହିନୀ ଙ୍କ ସହିତ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ୪୪ ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରି ଆକର୍ଷଣୀୟ ପ୍ୟାରେଡ ପ୍ରଦର୍ଶନ କରିଥିଲେ। ଏଥିରେ ପ୍ରଥମ ଶ୍ରେଷ୍ଠ ବିବେଚିତ ସିନିୟର ଏନ୍ ସି ସି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, ଆର୍ମି ଉଇଙ୍ଗ,ଜୁନିଅର ବି ଏମ,ହାଇସ୍କୁଲ,ବେଷ୍ଟ ସ୍କାଉଟ୍ ମାଣିକେଶ୍ଵରୀ ହାଇ ସ୍କୁଲ, ବେଷ୍ଟ ଗାଇଡ୍ କିସ ଆବାସିକ ବିଦ୍ୟାଳୟ,ବେଷ୍ଟ ଜୁନିଅର ରେଡକ୍ରସ ସିଟିଜେନ ମଡେଲ ଇ ଏମ୍, ସ୍କୁଲ, ବେଷ୍ଟ ସିନିୟର ସିଭିଲି ଅନ,ସତ୍ୟସାଇ ବିଦ୍ୟାମନ୍ଦିର,ଜୁନିୟର ସିଭି ଲିଅନ,ବିମଳା କନଭେଣ୍ଟ, ବେଷ୍ଟ ପ୍ଲାଟୁନ୍ ସିନିୟର କମାଣ୍ଡର ଯୋଗେଶ୍ଵର ବୈଶାଳ,ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, ବେଷ୍ଟ ଲିଟିଲ କମାଣ୍ଡର ରାଜପ୍ରତାପ ସାହୁଙ୍କୁ ମୁଖ୍ୟ ଅତିଥି ଟ୍ରଫି, ପ୍ରଦାନ କରିଥିଲେ। ଏବଂ ଶାରୀରିକ କ୍ରୀଡା କୌଶଳରେ ରେ ଶ୍ରେଷ୍ଟ ବିବେଚିତ ଶିକ୍ଷା ଅନୁଷ୍ଠାନ ଙ୍କୁ ମଧ୍ଯ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ନିଜର ସରକାରୀ ଚାକିରୀ କ୍ଷେତ୍ରରେ ଉତ୍ତମ୍ କାର୍ଯ୍ୟ ଦକ୍ଷତା ପାଇଁ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଙ୍କୁ ସମ୍ମାନିତ କରାଯାଇଥିଲା। ବେଟୀ ପଢ଼ାଓ ବେଟୀ ବଛାଓ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ଯ ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ପୁରସ୍କୃତ କରାଯାଇଥିଲା।
Editor, News Gallery Mob: 9439506580 Email: newsgallery.in@gmail.com
