କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ବାତ୍ୟା/ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳରୁ ଉଦ୍ଧାର ନିମନ୍ତେ ଟେବୁଲ୍ ଟପ୍ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବାତ୍ୟା ଓ ବନ୍ୟା ଯୋଗୁ ଓଡ଼ିଶା ସର୍ବଦା କ୍ଷତିଗ୍ରସ୍ତ ହୋଇଥାଏ ଏବଂ ବିପୁଳ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଥାଏ।କିନ୍ତୁ ଏନ୍ ଡି ଆର୍ ଏଫ୍, ଓ ଡି ଆର୍ ଏଫ୍, ଅଗ୍ନିଶ୍ରମ,ପୋଲିସ, ପ୍ରଶାସନିକ,ସେବାକାରୀ ଦଳ ପଦକ୍ଷେପ ଯୋଗୁ ବହୁ ଧନ ଜୀବନ ଓ ପଶୁସମ୍ପଦ ରକ୍ଷା ପାଇଥାଏ ।
ଏହି ସମ୍ବଧୀୟ ସୁଚନା,ବନ୍ୟା/ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟ ଓ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।ଏନ୍ ଡି ଆର ଏଫ୍ ଇନ୍ସପେକ୍ଟର ଉଦିତ କୁମାର ଦିକ୍ଷିତ ବନ୍ୟା ସମୟରେ ନିରାପଦ ଉଚ୍ଚ ସ୍ଥାନ କୁ ଯିବା,ପ୍ରାଥମିକ ଚିକିତ୍ସା ଉପକରଣ,ଆବଶ୍ୟକ ଖାଦ୍ୟ ର ବ୍ୟବସ୍ଥା, ଜରୁରୀକାଳୀନ ସମସ୍ୟ ସୂଚନା ଦେବା ସଙ୍ଗେ ସଙ୍ଗେ ବନ୍ୟା ଜଳ ରୁ କିଭଳି ମୂଲ୍ୟବାନ ଜୀବନ ତଥା ପଶୁସମ୍ପଦ କୁ ବଞ୍ଚାଯାଇପାରିବ ତା ଉପରେ କହିଥିଲେ।ଆସନ୍ତାକାଲି ଭଟାଙ୍ଗପଦର ଏମ ଆଇ ପ୍ରକଳ୍ପ ରେ ଏ ସମ୍ବଧୀୟ ଉଦ୍ଧାର କୌଶଳକୁ ପ୍ରଦର୍ଶନ କରାଯିବ। ବୈଠକ ରେ ଅନ୍ୟ ଏନ୍ ଡି ଆର୍ ଏଫ୍ ଅଧିକାରୀ ବାହାଦୁର ସିଂ ରେଧୁ,ଶରତ ଚନ୍ଦ୍ର ମଲ୍ଲିକ ଙ୍କ ସହ ତହସିଲଦାର ,କଳାହାଣ୍ଡି, ଜରୁରୀ ଅଧିକାର,ଏସ ଇ, ଆର୍ ଡବ୍ଲୁ ଡି , ଏସ ଡି ଓ , ଇରିଗେଶନ , ଇ ଈ, ଓ ଏଲ ଆଇ ସି,ସି ଏସ ଓ, ଡି ଆର୍ ସି ଏସ,ସି ଡି ଭି ଓ, ଏ ଇ ଈ, ଆର୍ ଡବ୍ଲୁ ଏସ ଏସ , ଡି ଡି ଏଚ,ଡି ଆଇ ପି ଆର୍ ଓ, ଇ ଈ ,ଟି ପି ଡବ୍ଲୁ ଓ ଡି ଏଲ, ଏ ସି ଏଫ୍ ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

