କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ବାତ୍ୟା/ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳରୁ ଉଦ୍ଧାର ନିମନ୍ତେ ଟେବୁଲ୍ ଟପ୍ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବାତ୍ୟା ଓ ବନ୍ୟା ଯୋଗୁ ଓଡ଼ିଶା ସର୍ବଦା କ୍ଷତିଗ୍ରସ୍ତ ହୋଇଥାଏ ଏବଂ ବିପୁଳ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ଥାଏ।କିନ୍ତୁ ଏନ୍ ଡି ଆର୍ ଏଫ୍, ଓ ଡି ଆର୍ ଏଫ୍, ଅଗ୍ନିଶ୍ରମ,ପୋଲିସ, ପ୍ରଶାସନିକ,ସେବାକାରୀ ଦଳ ପଦକ୍ଷେପ ଯୋଗୁ ବହୁ ଧନ ଜୀବନ ଓ ପଶୁସମ୍ପଦ ରକ୍ଷା ପାଇଥାଏ ।
ଏହି ସମ୍ବଧୀୟ ସୁଚନା,ବନ୍ୟା/ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟ ଓ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।ଏନ୍ ଡି ଆର ଏଫ୍ ଇନ୍ସପେକ୍ଟର ଉଦିତ କୁମାର ଦିକ୍ଷିତ ବନ୍ୟା ସମୟରେ ନିରାପଦ ଉଚ୍ଚ ସ୍ଥାନ କୁ ଯିବା,ପ୍ରାଥମିକ ଚିକିତ୍ସା ଉପକରଣ,ଆବଶ୍ୟକ ଖାଦ୍ୟ ର ବ୍ୟବସ୍ଥା, ଜରୁରୀକାଳୀନ ସମସ୍ୟ ସୂଚନା ଦେବା ସଙ୍ଗେ ସଙ୍ଗେ ବନ୍ୟା ଜଳ ରୁ କିଭଳି ମୂଲ୍ୟବାନ ଜୀବନ ତଥା ପଶୁସମ୍ପଦ କୁ ବଞ୍ଚାଯାଇପାରିବ ତା ଉପରେ କହିଥିଲେ।ଆସନ୍ତାକାଲି ଭଟାଙ୍ଗପଦର ଏମ ଆଇ ପ୍ରକଳ୍ପ ରେ ଏ ସମ୍ବଧୀୟ ଉଦ୍ଧାର କୌଶଳକୁ ପ୍ରଦର୍ଶନ କରାଯିବ। ବୈଠକ ରେ ଅନ୍ୟ ଏନ୍ ଡି ଆର୍ ଏଫ୍ ଅଧିକାରୀ ବାହାଦୁର ସିଂ ରେଧୁ,ଶରତ ଚନ୍ଦ୍ର ମଲ୍ଲିକ ଙ୍କ ସହ ତହସିଲଦାର ,କଳାହାଣ୍ଡି, ଜରୁରୀ ଅଧିକାର,ଏସ ଇ, ଆର୍ ଡବ୍ଲୁ ଡି , ଏସ ଡି ଓ , ଇରିଗେଶନ , ଇ ଈ, ଓ ଏଲ ଆଇ ସି,ସି ଏସ ଓ, ଡି ଆର୍ ସି ଏସ,ସି ଡି ଭି ଓ, ଏ ଇ ଈ, ଆର୍ ଡବ୍ଲୁ ଏସ ଏସ , ଡି ଡି ଏଚ,ଡି ଆଇ ପି ଆର୍ ଓ, ଇ ଈ ,ଟି ପି ଡବ୍ଲୁ ଓ ଡି ଏଲ, ଏ ସି ଏଫ୍ ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

