Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଜିଲ୍ଲା ର ଯେଉଁ ଅଂଚଳ ଗୁଡିକରେ ପୁଅଙ୍କ ତୁଳନା ରେ ଝିଅଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି ସେ ଅଂଚଳ ଗୁଡିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତ କୁ ନେବାକୁ ଆଜି ଏହି ପରାମର୍ଶଦାତା କମିଟି ରେ ନିଷ୍ପତି ହୋଇଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ରେ ଲିଙ୍ଗ ନିରୂପଣ ଆଇନ ଗତ ଭାବେ ଦଣ୍ଡନୀୟ ଅପରାଧ ହୋଇଥିବାରୁ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ ) ଆଇନ୍ ୧୯୯୪ ଅନ୍ତର୍ଗତ ଜିଲ୍ଲାରେ ପଞ୍ଜୀକୃତ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଲାଲ ମୋହନ ରାଉତରାୟ ବୈଠକ ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡ଼ା ମମତା ସାହୁ ବୈଠକ ରେ ଆଲୋଚ୍ୟ ବିଷୟ ଗୁଡ଼ିକ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ପାଢ଼ୀ, ଭେଷଜ ବିଶେଷଜ୍ଞ ଡ ହିମାଂଶୁ ଶେଖର ନାଥ, ଆଇନଜୀବୀ ପ୍ରଣତି ପାତ୍ର, ବିଶିଷ୍ଟ ସମାଜସେବୀ ବିନୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନର ଅଧିକାରୀମାନେ ଏହାକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ ମମତା ଚୌଧୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
