କଳାହାଣ୍ଡି ଜିଲ୍ଲା ର ଛାତ୍ର ଛାତ୍ରୀ ଙ୍କ ଅବକାଶ ସମୟରେ ଶିକ୍ଷାର୍ଥୀମାନେ ଆନନ୍ଦରେ ବିଭିନ୍ନ ବିଷୟଭିତ୍ତିକ ପାଠ୍ୟ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ଗ୍ରୀଷ୍ମ ଅବକାଶ ସମୟ ରେ ଶିକ୍ଷାର୍ଥୀଙ୍କ ପାଠପଢ଼ା ସମ୍ବର୍ଦ୍ଧିତ ସ୍ପଷ୍ଟୀକରଣ ନିମନ୍ତେ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଦେୟମୁକ୍ତ”ଟୋଲ ଫ୍ରି”ନଂ ୧୮୦୦୩୪୫୭୯୮୨ଜାରି କରିଛନ୍ତି।ଶିକ୍ଷାର୍ଥୀ ମାନେ ବିଭିନ୍ନ ବିଷୟରେ ଶିକ୍ଷା ଗ୍ରହଣ ସ୍ୱରୂପ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ଓ କୌଶଳର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟିରେ ଗୃହରେ ସମ୍ପାଦିତ ପାଠ୍ୟକ୍ରମ ଗୃହକାର୍ଯ୍ୟ ଭାବେ ସେମାନଙ୍କୁ ପ୍ରଦାନ କାରାଯିବ।
ଯାହାଫଳରେ ଶିକ୍ଷାର୍ଥୀମାନେ ଖୁସିରେ ଅବସର ସମୟକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ସହିତ ମୌଳିକ ଧାରଣାଗୁଡିକୁ ଶିଖି ପାରିବେ। ଏହି ଗୃହକାର୍ଯ୍ୟ କରିବା ଦ୍ୱାରା ଶିକ୍ଷାର୍ଥୀମାନେ ପୂର୍ବ ଶ୍ରେଣୀର ଧାରଣାଗୁଡିକୁ ଦୃଢ଼ କରିପାରିବେ, ଯାହାକି ଗ୍ରୀଷ୍ମଛୁଟି ପରେ ନୂତନ ଶ୍ରେଣୀର ପାଠକୁ ସହାୟକ ହୋଇପାରିବ ବୋଲି ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଏହି କାର୍ଯ୍ୟକ୍ରମର ସୁଯୋଗ ନେବାପାଇଁ ଛାତ୍ରଛାତ୍ରୀଙ୍କ ସମେତ ଉଭୟ ଶିକ୍ଷକ ଓ ଅଭିଭାବକମାନେ ତତ୍ପରତା ଦେଖାଇବେ ବୋଲି ପ୍ରକାଶ କରିଛନ୍ତି। ଏହି ପାଠ୍ୟକ୍ରମ ସମ୍ବନ୍ଧିତ ଅନୁଭୂତ ସମସ୍ୟାର ସରଳ ସମାଧାନ ଓ ସ୍ପଷ୍ଟୀକରଣ ନିମନ୍ତେ ୧୪ଜଣ ଶିକ୍ଷକଙ୍କୁ ନିୟୋଜିତ କରିଛନ୍ତି। ମଇ ୨ ତାରିଖଠାରୁ ସମସ୍ତ ଦିନମାନଙ୍କରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ସମୟ ମଧ୍ୟରେ ଏହି ୧୪ଜଣିଆ ଶିକ୍ଷକ ଦେୟମୁକ୍ତ (ଟୋଲ ଫ୍ରି) ନଂ-୧୮୦୦-୩୪୫-୭୯୮୨ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି କାର୍ଯ୍ୟାଳୟ ଦ୍ୟୁରା ପ୍ରକାଶ କରାଯାଇଛି।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ସଠିକ ପରିଚାଳନା ନିମନ୍ତେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ସମଗ୍ର ଶିକ୍ଷା ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ , ଜିଲ୍ଲା ବିଜ୍ଞାନ ସୁପରଭାଇଜର୍ ଦୁଷ୍ମନ୍ତ ପାଢ଼ୀ ନିୟୋଜିତ କରାଯାଇଛି।ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରଭାତ ସାହୁ,ସାଧୁଶରନ୍ ପ୍ରସାଦ,ଟଙ୍କଧର ସାହୁ, ସୌମେନ୍ଦ୍ର ପଟ୍ଟନାୟକ,ଏବଂ କାର୍ଯ୍ୟଳୟ ର ପଦାଧିକାରୀ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

