ଭବାନୀପାଟଣା ସ୍ଥିତ ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ,ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ମଣ୍ଡଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀ ଭୂପିନ୍ଦର ସିଂ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ଓ ନିର୍ମାଣ ରେ ଶ୍ରମିକମାନଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଦ୍ଵାରା ପ୍ରଣୟନ ହୋଇଥିବା ବିଭିନ୍ନ ଶ୍ରମିକ ସହାୟତା ଯୋଜନାର ସୁଯୋଗ ନେବାକୁ ଏବଂ ନିଜକୁ ପଞ୍ଜୀକୃତ କରିବାକୁ ଅନୁରୋଧ କରିଥିଲେ । ସମସ୍ତଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇ ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଯେଭଳି ସହାୟତା ପହଞ୍ଚିପାରିବ ତା ଉପରେ ଅଧିକାରୀ ଧ୍ୟାନ ଦେଲେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ପୂର୍ଣ୍ଣ ହେବ ବୋଲି କହିଥିଲେ।କଳାହାଣ୍ଡି ଜିଲ୍ଲା ରେ ଶ୍ରମିକ ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ମୃତ୍ୟୁ,ଅନ୍ତେଷ୍ଟିକ୍ରୀୟା, ବିବାହ, ମାତୃତ୍ଵ, ଶିକ୍ଷା ସହାୟତା ବାବଦକୁ ମୋଟ ୩,୦୨,୮୯୬୦୦/- ଟଙ୍କା ବିତରଣ କରାଯାଇଛି।
ମୁଖ୍ୟ ଅତିଥି ଶ୍ରୀ ସିଂ ଭବାନୀପାଟଣା ନକଟିଗୁଡ଼ା ର କାର୍ତ୍ତିକ ସରାଫ ଙ୍କ ମୃତ୍ୟୁ ହୋଇଥିବାରୁ ମୃତ୍ୟୁ ସହାୟତା ରାଶି ରେ ତାଙ୍କ ପତ୍ନୀ ଗୀତାଞ୍ଜଳି ସରାଫଙ୍କୁ ୨ ଲକ୍ଷ ଟଙ୍କା , ଅନ୍ତେଷ୍ଟିକ୍ରିୟା ସହାୟତା ରେ ଜୁନାଗଡ ବ୍ରାହ୍ମଣୀଗୁଡ଼ା ର ସାରଦା ବାଗ ଙ୍କୁ ୫୦୦୦ ଟଙ୍କା, ଶମ୍ଭୁନଗରପଡ଼ାର ରଶ୍ମିତା ସାସମଲଙ୍କୁ ୧ ଲକ୍ଷ ଟଙ୍କା,ଶିକ୍ଷା ସହାୟତା ରେ କେସିଙ୍ଗା ର ଲଟକାବାହାଲି ଗ୍ରାମର ଲଲିତା ମାଝୀ ଙ୍କୁ ୫୦୦୦ ଟଙ୍କା , ଚୂଡ଼ାମଣି ସାହୁଙ୍କୁ ବିବାହ ସହାୟତା ପାଇଁ ୫୦୦୦୦ ଟଙ୍କା ର ଚେକ୍ ପ୍ରଦାନ କରିଥିଲେ। ପ୍ରାୟ ୪୦୦ ରୁ ଉର୍ଦ୍ଧ ଶ୍ରମିକ ଭାଇ ଭଉଣୀ, ଶ୍ରମିକ ସଂଗଠନ କର୍ମକର୍ତ୍ତା,ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

