ନ୍ୟୁଜଗ୍ୟାଲେରି,ନୂଆଦିଲ୍ଲୀ: ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏକ ସ୍କୁଲ୍ ବସ୍ ଏବଂ ଏକ ଏସ୍ୟୁଭି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏସ୍ୟୁଭିରେ ଥିବା ଗୋଟିଏ ପରିବାରର ମୋଟ୍ ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ର ସୂତ୍ର ଅନୁଯାୟୀ ଦୁର୍ଘଟଣା ପାଇଁ ବସ୍ ଡ୍ରାଇଭର ସମ୍ପୂର୍ଣ୍ଣ ଦାୟୀ। ସ୍କୁଲ୍ ବସ୍ ଭୁଲ୍ ଦିଗରୁ ଆସୁଥିଲା ଏବଂ ଏହା ଏସ୍ୟୁଭି ଉପରକୁ ମାଡ଼ି ଯାଇଥିଲା। ବସ୍ଟି ନଏଡ଼ା ବାଲ୍ ଭାରତୀ ସ୍କୁଲ୍ର। ବସ୍ ଡ୍ରାଇଭର ଦିଲ୍ଲୀରେ ସିଏନ୍ଜି ଭର୍ତ୍ତି କରିବାପରେ ଭୁଲ୍ ଦିଗରୁ ଆସୁଥିଲା। ପ୍ରାୟ ୮ କିମି ପର୍ଯ୍ୟନ୍ତ ବସ୍ଟି ଭୁଲ୍ ଦିଗରେ ଆସିବାପରେ ଏହା ଏସ୍ୟୁଭି ସହ ପିଟି ହୋଇଥିଲା। ଏସ୍ୟୁଭିରେ ମୋଟ୍ ୮ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ଅଛନ୍ତି। ସେମାନେ ମିରଟରୁ ଆସୁଥିଲେ ଏବଂ ସେମାନଙ୍କର ଗୁରୁଗ୍ରାମ ଯିବାର ଥିଲା।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

