ନ୍ୟୁଜଗ୍ୟାଲେରି,ନୂଆଦିଲ୍ଲୀ: ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏକ ସ୍କୁଲ୍ ବସ୍ ଏବଂ ଏକ ଏସ୍ୟୁଭି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏସ୍ୟୁଭିରେ ଥିବା ଗୋଟିଏ ପରିବାରର ମୋଟ୍ ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ର ସୂତ୍ର ଅନୁଯାୟୀ ଦୁର୍ଘଟଣା ପାଇଁ ବସ୍ ଡ୍ରାଇଭର ସମ୍ପୂର୍ଣ୍ଣ ଦାୟୀ। ସ୍କୁଲ୍ ବସ୍ ଭୁଲ୍ ଦିଗରୁ ଆସୁଥିଲା ଏବଂ ଏହା ଏସ୍ୟୁଭି ଉପରକୁ ମାଡ଼ି ଯାଇଥିଲା। ବସ୍ଟି ନଏଡ଼ା ବାଲ୍ ଭାରତୀ ସ୍କୁଲ୍ର। ବସ୍ ଡ୍ରାଇଭର ଦିଲ୍ଲୀରେ ସିଏନ୍ଜି ଭର୍ତ୍ତି କରିବାପରେ ଭୁଲ୍ ଦିଗରୁ ଆସୁଥିଲା। ପ୍ରାୟ ୮ କିମି ପର୍ଯ୍ୟନ୍ତ ବସ୍ଟି ଭୁଲ୍ ଦିଗରେ ଆସିବାପରେ ଏହା ଏସ୍ୟୁଭି ସହ ପିଟି ହୋଇଥିଲା। ଏସ୍ୟୁଭିରେ ମୋଟ୍ ୮ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ଅଛନ୍ତି। ସେମାନେ ମିରଟରୁ ଆସୁଥିଲେ ଏବଂ ସେମାନଙ୍କର ଗୁରୁଗ୍ରାମ ଯିବାର ଥିଲା।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

