ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ବିଭିନ୍ନ ବ୍ୟାଙ୍କ ମାନଙ୍କ ଦ୍ୱାରା ଅର୍ବାନ ଏବଂ ରୁରାଲ ଅଞ୍ଚଳରେ ଥିବା ୩୫୯ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ଙ୍କୁ ପାଖାପାଖି ୧୧ .୯୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ,ସମ୍ମାନୀୟ ଅତିଥି ଭବାନୀପାଟଣା ପୌରାଅଧକ୍ଷା ସଂଯୁକ୍ତ ବେହେରା , ସୁବ୍ରତ କୁମାର ପ୍ରଧାନ ,ଫାଇନାନସିଲ ସ୍ପେସିଆଲିଷ୍ଟ , ରାଜ୍ୟ ମିଶନ ଶକ୍ତି ,ଅନାଜ କୁମାର ପ୍ରଧାନ ,ଷ୍ଟେଟ ପ୍ରୋଜେକଟ ମ୍ୟାନେଜେର, ରାଜ୍ୟ ମିଶନ ଶକ୍ତି ,ଭବାନୀପାଟଣା ବିଡ଼ିଓ ପିତା କୁମାରୀ ସିଡିପିଓ ଅଞ୍ଜଳି ପ୍ରଧାନ,ଜିଲ୍ଲା ମିଶନ ଶକ୍ତି ସଂଯୋଜକ ଅମ୍ରିତ ପାଢ଼ୀ,ଭବାନୀପାଟଣା ବ୍ଲକ କୋଅର୍ଡିନେଟର ସୁଲାଚନା ପ୍ରଧାନ,ନୀଳିମା ନାଏକ, ସହିତ ୪୫୦ ରୁ ଉର୍ଦ୍ଧ ମିଶନସକ୍ତି ମା ଙ୍କ ସହିତ ,ବ୍ୟାଙ୍କ ମିତ୍ର ଏବଂ ଅନ୍ୟ ସହଯୋଗୀ ଉପସ୍ଥିତ ଥିଲେ । ସ୍ୱୟଂ ସହାୟକ ଗୋଷ୍ଠି ର ମା ମାନେ ଭବାନୀପାଟଣା ପୌରପାଳିକାର ବିଭିନ୍ନ ପ୍ରକଳ୍ପରେ ଆହାର କେନ୍ଦ୍ର, ଆଶ୍ରୟ ସ୍ଥଳୀ, ମଳଉପଚାର ପ୍ଲାଣ୍ଟ ଏବଂ ସ୍ମାର୍ଟ ପାର୍କ ଭଳି କାର୍ଯ୍ୟ କରି ମଧ୍ୟ ନିଜସ୍ୱ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନବୀନ ଓଡିଶା ନିର୍ମାଣରେ ସହଯୋଗ ହେଉଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

