ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଢୁଷ ଗୁଡା ସ୍ଥିତ ରେତ୍ ନଦୀ ଡ୍ୟାମ୍ ଠାରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ।ସୂଚନାଯୋଗ୍ୟ, ଭବାନୀପାଟଣା ସହରର ତିନିଜଣ କଲେଜ ଛାତ୍ର ଓ ଦୁଇଜଣ ଛାତ୍ରୀ ରେତ୍ ପ୍ରକଳ୍ପ ବୁଲିବାକୁ ଆସିଥିବାବେଳେ ପ୍ରକଳ୍ପର ନିଷିଦ୍ଧାଞ୍ଚଳ ପଟେ ଯାଇଥିବାବେଳେ ଜଣେ ଛାତ୍ର ଭବାନୀପାଟଣାର ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା ଅସାବଧାନତାବଶତଃ ପାଣିରେ ଖସି ବୁଡି ଯାଇଥିଲେ । ତାଙ୍କ ସାଙ୍ଗସାଥୀମାନେ ସାଲୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ପାଣିର ଗଭୀରତା ଯୋଗୁଁ ଉଦ୍ଧାର କରିପାରିନଥିଲେ । ଘଟଣାସ୍ଥଳରେ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ଅଧାରେ ଅଟକିଛି । ଘଟଣାସ୍ଥଳରେ ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ । ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ ବୋଲି ଜଣାପଡ଼ିଛି । ଏଇ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ସାଲୁଙ୍କ ସହିତ ଆସିଥିବା ଦୁଇ ଛାତ୍ର ଓ ଦୁଇଜଣ ଛାତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।
Latest entries
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା
ଜିଲ୍ଲା ଖବରNovember 26, 2025ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକକ୍ରୀଡା ଉତ୍ସବ ପାଳିତ
ଜିଲ୍ଲା ଖବରNovember 24, 2025ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଜିଲ୍ଲା ଖବରNovember 24, 2025ଲକ୍ଷ୍ମୀ ବିକାଶର ବାର୍ଷିକୋତ୍ସବ “ହାର୍ଭେଷ୍ଟ ୨୦୨୫ ” ପାଳିତ

