ନ୍ୟୁଜଗ୍ୟାଲେରି, ଭବାନୀପାଟଣା; ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତରଣାଳୟ ଅଧିନସ୍ତ ମାଇ ଭାରତ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି ମିଳିତ ସହଯୋଗରେ ଏକ ସଚେତନତା ଏବଂ ଶିକ୍ଷାମୂଳକ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ” ଆୟୋଜିତ ହୋଇଥିଲା।
ଏଥିରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିଥି ଡ଼. ରାକେଶ କୁମାର ସାହୁ ଜିଲ୍ଲା ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ, ରମେଶ ଚନ୍ଦ୍ର ଉପାଧ୍ୟା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଅଜିତ କୁମାର ଉତ୍ତରାୟ ଜିଲ୍ଲା କୌଶଳ ବିକାଶ ଅଧିକାରୀ ଏବଂ ଜିଲ୍ଲା ନିଯୁକ୍ତି ବିନିମୟ ଅଧିକାରୀ, ଦୁତିଆ ବଞ୍ଚହର – ଆକାଉଣ୍ଟସ ଏବଂ କାର୍ଯ୍ୟକ୍ରମ ସହାୟକ, ନେହେରୁ ଯୁବ କେନ୍ଦ୍ର, ରାଜେନ୍ଦ୍ର କୁମାର ବାଢେଇ ପୂର୍ବତନ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ଭୁପେନ୍ଦ୍ର ନାୟକ ପୂର୍ବ ସେନା ସଦସ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ରୂପରେଖ ଅନୁସାରେ ଉଦଘାଟନ ସଭା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଚର୍ଚ୍ଚା ଓ ଉପସ୍ଥାପନା କରାଯାଇଥିଲା।
ପ୍ରସ୍ତୁତିକରଣ ସେସନ୍, ଜିଲ୍ଲା ସାର୍ବଜନିକ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ତରଫରୁ ମାଦକ ଆସକ୍ତି ବିଷୟରେ ପ୍ରାଧାନ୍ୟ ଆଧାରିତ ଏକ ସପଥ ପଠ କରଯାଇଥିଲା।ଅନ୍ତିମ ପର୍ଯ୍ୟାୟରେ ଯୁବ ସ୍ୱୟଂସେବିକା ଚସମିତ କୌର ତାଙ୍କ ପ୍ରସ୍ତୁତି ମାଧ୍ୟମରେ ଆଜିର ଯୁବପିଢିରେ ମାଦକ ଆସକ୍ତିର ସମାଜିକ ପ୍ରଭାବ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜୱାନ ଫିଜିକାଲ୍ ଏକାଡେମି ଓ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ବିଭିନ୍ନ କଲେଜରୁ ୧୦୦ ରୁ ଅଧିକ ସ୍ୱୟଂସେବକ ଯୁବ ମାନଙ୍କ ଅଂଶଗ୍ରହଣ କରିଥିଲେ । ଯାହା ଏହି କାର୍ଯ୍ୟକ୍ରମର ସମାଜରେ ପ୍ରଭାବ ସୃଷ୍ଟି କରିବାରେ ସଫଳ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ସାତ୍ବିକା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶମ୍ଭୁ ବିଶି, ନୀତିନ, ଚୂଳମଣି ମାଝୀ, ପ୍ରେମିକା ନାଗ ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

