ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ର ସମ୍ମିଳନୀ ଗୃହ ଠାରେ ବ୍ଲକ ସ୍ତରୀୟ ” ପ୍ରଧାନ ମନ୍ତ୍ରୀ ଲକ୍ଷପତି ଦିଦି ସମ୍ମେଳନ ” ଅନୁଷ୍ଠିତ ହୋଇ ଯାଇ ଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ କାର୍ଯ୍ୟକ୍ରମକୁ ସ୍ୱାଗତ ସମ୍ଭର୍ଦ୍ଧନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପରିଚାଳକ ଓଡିଶା ଜୀବିକା ମିଶନ ଚନ୍ଦନ କୁମାର ବେହେରା ଭବାନୀପାଟଣା ବ୍ଲକ ଅଧକ୍ଷ ପ୍ରଫୁଲ୍ଲ କୁମାର ସାହୁ ,ବ୍ଳକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟ କ୍ରମରେ ସାଂସଦ ମହିଳା ମାନଙ୍କୁ ଅଧିକ ରୁ ଅଧିକ ରୋଜଗାର କ୍ଷମ ହେବା ନିମନ୍ତେ ପ୍ରବାର୍ତ୍ତାଇ ଥିଲେ ଏବଂ ଏଥି ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସେ ସବୁ ବେଳେ ତତ୍ପର ବୋଲି ଜଣାଇଦେଇଥିଲେ।କାର୍ଯ୍ୟକ୍ରମ କୁ ପଙ୍କଜିନୀ ତାରାସିଆ ମଞ୍ଚ ପରିଚାଳନା କରିଥିଲେ ଏବଂ ସୋନାଲିଶା ମୁଣ୍ଡ ସହଯୋଗ କରିଥିଲେ।
ପ୍ରଧାନ ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ସିଧାପ୍ରସାରଣ ସମସ୍ତେ ଦେଖିଥିଲେ । ଭବାନୀପାଟଣା ବ୍ଲକ ଅନ୍ତର୍ଗତ ୬୦୯ ଲକ୍ଷ ପତି ଦିଦି ଏବଂ ୧୦୪ ସି. ଆର. ପି.ସି.ଏମ. ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଭବାନୀପାଟଣାବ୍ଲକ ର ସମସ୍ତ ଜି.ପି.ଏଲ୍.ଏଫ୍. ର ସଭାନେତ୍ରୀ, ଏମ. ବି. କେ. ସଭା ରେ ଉପସ୍ଥିତ ରହି ଲକ୍ଷ ପତି ଦିଦି ଙ୍କୁ ଉତ୍ସାହିତ କରିଥିଲେ.
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

