ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୯୦ରୁ ଉଦ୍ଧ ଜଣ ଭାଇଭଉଣୀ କୃଷ୍ଣ ବେଶରେ ବିଦ୍ୟାଳୟକୁ ଆସିଥିଲେ।
ଦହି ହାଣ୍ଡି ଫଟା, ନୃତ୍ୟ, ଗୀତ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଜନ୍ମାଷ୍ଟମୀ ଉତ୍ସବ ରେ ମୁଖ୍ୟ ଅତିଥି ପ୍ରବଚକ ସ୍ୱାମୀଜୀ ରାମଦାସ ରାମାୟଣୀ ଯୋଗ ଦେଇଥିଲେ। କୃଷ୍ଣରସ, ଭାଗବତ ଗୀତା ତତ୍ତ୍ୱ ଏହିପରି ଅନେକ କଥା କହିଥିଲେ। କାର୍ଯ୍ୟକ୍ରମ କୁ ଜୟରାମ ସାହୁ ଏବଂ ରଶ୍ମିତା ପଣ୍ଡା ପରିଚାଲନା ହୋଇଥିବାବେଳେ ସହଯୋଗ କରିଥିଲେ ଶିବ ପ୍ରଧାନ, ସୁମତୀ ମୁଣ୍ଡ, ସନ୍ତୋଷିନୀ ଆଚାରୀ, ବନଶ୍ରୀ ଦାଶ, ଝୁନଲତା ସାମନ୍ତରାୟ, ରୁଦ୍ରନାରାୟଣ, ମୋନାଲିସା ମହାପାତ୍ର, ରଶ୍ମିତା ମିଶ୍ର ଜ୍ୟୋତିର୍ମୟୀ ମହାପାତ୍ର, ଲକ୍ଷ୍ମୀ ସାହୁ, ଅନିତା ପଣ୍ଡା, ସୁକାନ୍ତି ଗୌଡ଼, ଅୟଶକାନ୍ତ ପତି, ରଶ୍ମିରେଖା ସାମନ୍ତ, ସୁକାନ୍ତି ଦାଶ, ସସ୍ମିତା ଖମାରି, ଅଂଶୁ ମିଶ୍ର, ସୁଧାରଣୀ ପଣ୍ଡା, ଜ୍ୟୋତି ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଗୋଦାବରୀ ମିଶ୍ର ଙ୍କ ଦ୍ୱାରା ପୂଜାର୍ଚନା କାର୍ଯ୍ୟକ୍ରମସମ୍ପୁର୍ଣ୍ଣ ହୋଇଥିବାବେଳେ ଶିଶୁମନ୍ଦିର ପ୍ରମୁଖ ମନୋଜ କୁମାର ନାୟକ ଧନ୍ୟବାଦ ଅର୍ପଣକରିଥିଲେ। କାର୍ଯ୍ୟକ୍ରମଟି ସୁରୁଖୁରୁରେ ପ୍ରତିପାଦନହୋଇପାରିଥିଲା ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ ଙ୍କ ତତ୍ୱାବଧାନରେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

