ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜଳ,ଜମି, ଜଙ୍ଗଲ,ଜୀବନ ଜୀବିକା ସୁରକ୍ଷା ପାଇଁ ୩ ଦଫା ଦାବି ରାଷ୍ଟ୍ରପତି ଓ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ଯ ରେ ଦାବି ପତ୍ର ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଗଣଧାରଣା ଦିଆଯାଇଥିଲା । ଜଳ ଜମି ଜଙ୍ଗଲ ର ସୁରକ୍ଷା ଓ ପେଶା ଆଇନ ପ୍ରଣୟନ ଦାବିରେ ଏହି ଆନ୍ଦୋଳନ କରାଯାଇ ଥିଲା ।
ଉକ୍ତ କାର୍ଯ୍ଯକ୍ରମ ରେ ନିୟମ ଗିରି ସୁରକ୍ଷା ସମିତି ର ବରିଷ୍ଠ ସଦସ୍ୟ ସତ୍ୟ ମହାର, ନବ ପଟ୍ଟନାୟକ ଜିଲ୍ଲା ସମ୍ପାଦକ ମଣ୍ଡଳି ସଦସ୍ଯ, ସିପିଆଇ ର ପୂର୍ଣ୍ଣ ପ୍ରଧାନ ପୂର୍ବତନ ଜିଲ୍ଲା ସମ୍ପାଦକ, ଜନ ଜାଗରଣ ମଞ୍ଚର ଅଗଷ୍ଟ ନାଏକ, ସୁରେଶ ମାଝି,କଳାହାଣ୍ଡି ଆଦିବାସୀ ଯୁବକ ସଂଘର ଗଜପତି ମାଝୀ,କଳାହାଣ୍ଡି ଅଟୋ ସଂଘର ସଭାପତି ସଞୟ ସୁନାନୀ,କଳାହାଣ୍ଡି ଆମ୍ ଆଦମୀ ପାର୍ଟିର ସାଧାରଣ ସମ୍ପାଦକ ତିର୍ଥ ବୁଦ୍ଧିଆ ,ବ୍ଳକ ସଭାପତି ଜଗନ୍ନାଥ ପୁଟେଲ ,ଟାଉନ ସଭାପତି ଦୁର୍ଯ୍ଯୋନ ବାଗ, ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାଏକ, ଗରିବ ସଂଗ୍ରହ ସମିତିର ବିରେନ୍ଦ୍ର ବାଗ,ସ୍ବାଭିମାନ ସଂଗ୍ରାମ ସମିତି ସୁରେଶ ରାଓ, କଳାହାଣ୍ଡିର ବୁଡା ଡୁଡି ଅଧିକାର ସଭାପତି ବିଶିକେଶନ ମେହେର, ଚାଷୀ ନେତା ସନାତନ ପ୍ରଦାନ, କଳାହାଣ୍ଡି ହେତୁବାଦୀ ଜିଲ୍ଲା ସଭାପତି ରାଜକିଶୋର ସୂନାନୀ ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ପୁଲିସ ଏହି କାର୍ଯ୍ୟକ୍ରମ କରିବା ପାଇଁ ଟେଣ୍ଟ ଲଗାଇ ଦେଇନଥିବାରୁ ସାମାନ୍ୟ ଉତେଜନା ସହ ଖରାରେ ଖୁଲା ଆକାଶ ତଳେ ଧାରଣାରେ ବସିଥିଲେ ଆନ୍ଦୋଳନ କାରୀ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

