ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜଳ,ଜମି, ଜଙ୍ଗଲ,ଜୀବନ ଜୀବିକା ସୁରକ୍ଷା ପାଇଁ ୩ ଦଫା ଦାବି ରାଷ୍ଟ୍ରପତି ଓ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ଯ ରେ ଦାବି ପତ୍ର ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଗଣଧାରଣା ଦିଆଯାଇଥିଲା । ଜଳ ଜମି ଜଙ୍ଗଲ ର ସୁରକ୍ଷା ଓ ପେଶା ଆଇନ ପ୍ରଣୟନ ଦାବିରେ ଏହି ଆନ୍ଦୋଳନ କରାଯାଇ ଥିଲା ।
ଉକ୍ତ କାର୍ଯ୍ଯକ୍ରମ ରେ ନିୟମ ଗିରି ସୁରକ୍ଷା ସମିତି ର ବରିଷ୍ଠ ସଦସ୍ୟ ସତ୍ୟ ମହାର, ନବ ପଟ୍ଟନାୟକ ଜିଲ୍ଲା ସମ୍ପାଦକ ମଣ୍ଡଳି ସଦସ୍ଯ, ସିପିଆଇ ର ପୂର୍ଣ୍ଣ ପ୍ରଧାନ ପୂର୍ବତନ ଜିଲ୍ଲା ସମ୍ପାଦକ, ଜନ ଜାଗରଣ ମଞ୍ଚର ଅଗଷ୍ଟ ନାଏକ, ସୁରେଶ ମାଝି,କଳାହାଣ୍ଡି ଆଦିବାସୀ ଯୁବକ ସଂଘର ଗଜପତି ମାଝୀ,କଳାହାଣ୍ଡି ଅଟୋ ସଂଘର ସଭାପତି ସଞୟ ସୁନାନୀ,କଳାହାଣ୍ଡି ଆମ୍ ଆଦମୀ ପାର୍ଟିର ସାଧାରଣ ସମ୍ପାଦକ ତିର୍ଥ ବୁଦ୍ଧିଆ ,ବ୍ଳକ ସଭାପତି ଜଗନ୍ନାଥ ପୁଟେଲ ,ଟାଉନ ସଭାପତି ଦୁର୍ଯ୍ଯୋନ ବାଗ, ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାଏକ, ଗରିବ ସଂଗ୍ରହ ସମିତିର ବିରେନ୍ଦ୍ର ବାଗ,ସ୍ବାଭିମାନ ସଂଗ୍ରାମ ସମିତି ସୁରେଶ ରାଓ, କଳାହାଣ୍ଡିର ବୁଡା ଡୁଡି ଅଧିକାର ସଭାପତି ବିଶିକେଶନ ମେହେର, ଚାଷୀ ନେତା ସନାତନ ପ୍ରଦାନ, କଳାହାଣ୍ଡି ହେତୁବାଦୀ ଜିଲ୍ଲା ସଭାପତି ରାଜକିଶୋର ସୂନାନୀ ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ପୁଲିସ ଏହି କାର୍ଯ୍ୟକ୍ରମ କରିବା ପାଇଁ ଟେଣ୍ଟ ଲଗାଇ ଦେଇନଥିବାରୁ ସାମାନ୍ୟ ଉତେଜନା ସହ ଖରାରେ ଖୁଲା ଆକାଶ ତଳେ ଧାରଣାରେ ବସିଥିଲେ ଆନ୍ଦୋଳନ କାରୀ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

