ନ୍ୟୁଜଗ୍ୟାଲେରି,କଳାହାଣ୍ଡି:ଥୁ. ରାମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପେରମଞ୍ଜି ଠାରେ ପୁରୁଣାଗୁମା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ପୁରୁଣାଗୁମା କ୍ଲଷ୍ଟର ସି ଆର ସି ସି ରଶ୍ମିରଂଜନ ସେଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କର୍ଲାପାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ୱନାଥ ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଦିଲୀପ କୁମାର ଦାସ , ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ସୁରଭି ର ୧୦ଟି ଏବଂ ଓଡିଶା ମିଲେଟର ୩ଟି ବିଷୟରେ ପ୍ରତିଯୋଗିତା ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାକୁ ବିକାଶ କରିବା ସହ ଛାତ୍ର ଛାତ୍ରୀଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ସମେତ ତାଙ୍କ ଭିତରେ ଉତ୍ସାହ ଜାଗ୍ରତ କରିବା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଗୋକୁଳାନନ୍ଦ ପ୍ରଧାନ, ସୁକାନ୍ତ କିଶୋର ସାହୁ, ନରେନ୍ଦ୍ର କାମପାଳ, ସତ୍ୟ ଠାକୁର, ସୁନିତା ଦାସ, ହେମରାଜ କୁମାର, ସିମାଞ୍ଚଳ ପୂଝାରି, ଶୁଭେନ୍ଦୁ ସାହୁ, ଚିତ୍ତରଞ୍ଜନ ବାଗ, ରାଜକିଶୋର ନାୟକ, ବିଭୂତି ଭୂଷଣ ସିଂ, ସୁରେନ୍ଦ୍ର ମାଝୀ, ରାମଚନ୍ଦ୍ର ନାଏକ, ଦେବସଖା ଯୋଷି, ଦୀନବନ୍ଧୁ ଗୌଡ଼, ବିବେକ ଦାସ, ଅମିତ କୁମାର ସେଠୀ, ସୌମିତ୍ର ଖୁଣ୍ଟିଆ, ମହାପାତ୍ର ମିତ୍ରଭାନୁ ଚୌଧୁରୀ, କିଶୋର ଚନ୍ଦ୍ର ରାଉତରାୟ, ବବଲୁ ଯାନୀ, କାମଦେବ ବାଗ, ମଦନ ସୁନ୍ଦର ପରଭୋଇ, ଘନଶ୍ୟାମ ମାଝୀ ସରୋଜ ପରିଡା,କିଆପଦର ଉଚ୍ଚ ବିଦ୍ୟାଳୟ କର୍ମଚାରୀ, କେ ଜି ବି ଭି କାର୍ଯ୍ୟ କର୍ତ୍ତା ମଧୁସୂଦନ ରାଜପୁତ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

