ନ୍ୟୁଜ ଗ୍ୟାଲେରି,ଭବାନିପାଟଣା: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜନସାହାଯ୍ୟ ଦ୍ୱାରା ଅନୁନ୍ନତ ବର୍ଗଙ୍କ ଜୀବନଜୀବିକାରେ ପରିବର୍ତ୍ତନ ପାଇଁ ସଦା ପ୍ରୟାସ ରତ ଥିବା ବେଳେ ଆଉ ଏକ ସଫଳତାର ଫର୍ଦ ଯୋଡି ହୋଇଛି ।
ଗ୍ରାମାଞ୍ଚଳର ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାରମ୍ପରିକ ଭାବେ ଉତ୍ପାଦିତ କୃଷି ଯାତ ଦ୍ରବ୍ୟରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ପୁଷ୍ଟିକର ଜାତୀୟ ଖାଦ୍ୟ ପ୍ରକ୍ରିୟା କରଣ କମ୍ପାନୀ ନାବାଡ଼ ବ୍ୟାଙ୍କ ଓ ସେଲକୋନ କମ୍ପାନୀର ସାହାୟତାରେ ଉଦ୍ୟମୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଉଦଘାଟନ କରାଯାଇଛି । ଏହା ଦ୍ୱାରା ଜିଲ୍ଲାର ୬୦୦ ଉର୍ଦ୍ଧ୍ବ ପରିବାର ଉପକୃତ ହେବାକୁ ଥିବା ବେଳେ ଏହି କମ୍ପାନୀ ଜରିଆରେ ମାଣ୍ଡିଆ ତଥା ଅନ୍ୟ ପାରମ୍ପରିକ ଖାଦ୍ୟ ଶସ୍ୟକୁ ବ୍ୟବହାର କରି ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଉତ୍ପାଦନ କରି ବଜାରରେ ସୁଲଭ ମୂଲ୍ୟରେ ବିକ୍ରି କରିବାକୁ ଏକ ଉଦ୍ୟମ ଆରମ୍ଭ ହୋଇଛି । ନାବାଡ ପକ୍ଷରୁ ଏଥି ନିମନ୍ତେ ଜନସାହାଯ୍ୟକୁ ୨୧ଲକ୍ଷ ଟଙ୍କା ସାହାୟତା କରିଥିବା ବେଳେ ସେଲକନ କମ୍ପାନୀ ରିହାତୀ ମୂଲ୍ୟରେ ସମସ୍ତ ମେସିନାରୀ ଯୋଗାଇ ଦେଇଛନ୍ତି ।
ଏହି ଅବସରରେ ନାବାଡ ବ୍ୟାଙ୍କର ଉପ ନିର୍ଦେଶକ ମହେଶ୍ୱର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସେଲକନ କମ୍ପାନୀର ସିନିୟର ପ୍ରୋଜେକ୍ଟ ମେନେଜର କୃଷ୍ଣ ଚନ୍ଦ୍ର ବେହେରା, ଜନସାହାଯ୍ୟ ସଂସ୍ଥା ର ସଭାପତି ସୁଦାମ ଚରଣ ପଧାନ, ସମ୍ପାଦିକା ସୀତା ଦେବୀ, ଅଧ୍ୟକ୍ଷ ଦେବାଶିଷ ରାଉତ ରାୟ ଓ ସଂସ୍ଥା ନିର୍ଦ୍ଦେଶିକା ଅମ୍ବିକା ବାଲିଆର ସିଂ ପ୍ରମୁଖ ଉପସ୍ଥିତ ରହି ମେସିନ ଗୃହ ଉଦ୍ଧଘାଟନ କରିବା ସହିତ ଏହି କମ୍ପାନିର ଉପାଦେୟତା ଓ ଉପକାରୀତା ସମ୍ପର୍କରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

