ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:ଦିନ କୁ ଦିନ ବଢି ଚାଲିଥିବା କର୍କଟ ରୋଗରୁ ପ୍ରତିକାର ଓ ଏହାର ମୁକାବିଲା ପାଇଁ ଲୋକମାନଙ୍କ ଭିତରେ ସଚେତନତା ର ଆବଶ୍ୟକତା କୁ ଅନୁଭବ କରି “ମଦର ଟେରେସା କଲେଜ ଅଫ ନର୍ସିଂ, କଳାହାଣ୍ଡି” ପକ୍ଷରୁ ଭବାନୀପାଟଣା ସ୍ଥିତ ଟାଉନ ହଲ୍ ରେ ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଡ଼. ଆନ୍ଦ୍ରୀୟ ଦୀପ ମହୋଦୟ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ନୀହାରେନ୍ଦ୍ର ପଣ୍ଡା, ସମ୍ମାନୀୟ ଅତିଥି ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ.କୈଳାସ ଚନ୍ଦ୍ର ଦାସ ଏବଂ ଅତିଥି ବ୍ୟାଡମିଣ୍ଟନ ଆସୋସିଏସନ୍ ସଭାପତି ପ୍ରଦୀପ ଦାସ ,ସ୍ଵାଗତ ଆଇଟିଆଇ ର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ଉଦ୍ବୁଦ୍ଧକ ବକ୍ତା ଲିଙ୍ଗରାଜ ନାଏକ ପ୍ରମୁଖ ବକ୍ତୃତା ମାଧ୍ୟମରେ ସମସ୍ତଙ୍କୁ ଜାଗୃତ କରିଥିଲେ । ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଶା ମା’, ସ୍ୱାଗତ ଆଇଟିଆଇ ର ଛାତ୍ରଛାତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।
କଲେଜର ଅଧ୍ୟକ୍ଷା ପ୍ରଫେସର ପ୍ରଗତି ନାୟକ, ଅଧ୍ୟାପକ ଏମ୍. ରାମକୃଷ୍ଣ , ନରେଶ କୁମାର ବେହେରା, ଅଧ୍ୟାପିକା ବିଦ୍ୟୁତ ପ୍ରଭା ବେଉରା, ମହେଶ୍ୱର ଦାଶ, ଜଗତରାମ ପୁଟେଲ, ଲଳିତ ଛତ୍ରିଆ , ବବଲୁ ମହାକୁଡ ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗରେ ସଭାଟି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ଓ କ୍ୟାନସର୍ ସଚେତନତା ନୃତ୍ୟ ପରିବେଷଣ କରାଯିବା ସହିତ ଏହି ଅବସରରେ ଅନୁଷ୍ଠିତ କୁଇଜ୍, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

