ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:ଦିନ କୁ ଦିନ ବଢି ଚାଲିଥିବା କର୍କଟ ରୋଗରୁ ପ୍ରତିକାର ଓ ଏହାର ମୁକାବିଲା ପାଇଁ ଲୋକମାନଙ୍କ ଭିତରେ ସଚେତନତା ର ଆବଶ୍ୟକତା କୁ ଅନୁଭବ କରି “ମଦର ଟେରେସା କଲେଜ ଅଫ ନର୍ସିଂ, କଳାହାଣ୍ଡି” ପକ୍ଷରୁ ଭବାନୀପାଟଣା ସ୍ଥିତ ଟାଉନ ହଲ୍ ରେ ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଡ଼. ଆନ୍ଦ୍ରୀୟ ଦୀପ ମହୋଦୟ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ନୀହାରେନ୍ଦ୍ର ପଣ୍ଡା, ସମ୍ମାନୀୟ ଅତିଥି ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ.କୈଳାସ ଚନ୍ଦ୍ର ଦାସ ଏବଂ ଅତିଥି ବ୍ୟାଡମିଣ୍ଟନ ଆସୋସିଏସନ୍ ସଭାପତି ପ୍ରଦୀପ ଦାସ ,ସ୍ଵାଗତ ଆଇଟିଆଇ ର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ଉଦ୍ବୁଦ୍ଧକ ବକ୍ତା ଲିଙ୍ଗରାଜ ନାଏକ ପ୍ରମୁଖ ବକ୍ତୃତା ମାଧ୍ୟମରେ ସମସ୍ତଙ୍କୁ ଜାଗୃତ କରିଥିଲେ । ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଶା ମା’, ସ୍ୱାଗତ ଆଇଟିଆଇ ର ଛାତ୍ରଛାତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।
କଲେଜର ଅଧ୍ୟକ୍ଷା ପ୍ରଫେସର ପ୍ରଗତି ନାୟକ, ଅଧ୍ୟାପକ ଏମ୍. ରାମକୃଷ୍ଣ , ନରେଶ କୁମାର ବେହେରା, ଅଧ୍ୟାପିକା ବିଦ୍ୟୁତ ପ୍ରଭା ବେଉରା, ମହେଶ୍ୱର ଦାଶ, ଜଗତରାମ ପୁଟେଲ, ଲଳିତ ଛତ୍ରିଆ , ବବଲୁ ମହାକୁଡ ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗରେ ସଭାଟି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ଓ କ୍ୟାନସର୍ ସଚେତନତା ନୃତ୍ୟ ପରିବେଷଣ କରାଯିବା ସହିତ ଏହି ଅବସରରେ ଅନୁଷ୍ଠିତ କୁଇଜ୍, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

