ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ) ଧର୍ମଗଡ଼ ବ୍ଲକ ଠାରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଉପ ଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚକମା, ସାଂସଦ ପ୍ରତିନିଧି ଲକ୍ଷ୍ମୀ କାନ୍ତ ବାଗ,ବ୍ଲକ ଅଧ୍ୟକ୍ଷ।
ବବିତା ପଟ୍ଟଯୋଶୀ ,ସରପଞ୍ଚ ସଙ୍ଘ ସଭାପତି ହାତିରାମ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗ୍ରାମାଞ୍ଚଳରେ ସମସ୍ତ ଉନ୍ନୟନ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ବୋଲି କହିବା ସହିତ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ, ବିଭିନ୍ନ ପଞ୍ଚାୟତ ର ମହିଳା ଓ ପୁରୁଷ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମ କୁ ଛିଲିପା ସରପଞ୍ଚ ବିଭୁ ଦତ୍ତ ପ୍ରଧାନ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ଧର୍ମଗଡ଼ ବ୍ଲକ ସହକାରୀ ଯନ୍ତ୍ରୀ କରୁଣା କର ମୂର୍ମୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବି ଚରଣ ମେହେର, ବିଭାଗୀୟ ଅଧିକାରୀ ମନୋଜ କୁମାର ଠାକୁର, ଅର୍ଥ ରକ୍ଷକ ଅର୍ଜୁନ ମେହେର,ନିର୍ବାହୀ ଅଧିକାରୀ କେଦାର ନାଏକ ଙ୍କ ସମେତ ବ୍ଲକ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

