oppo_2

ଜିଲ୍ଲା ସାମ୍ବାଦିକ ସମୁହ ପକ୍ଷରୁ ବିଜୟ ଦ୍ବିବେଦୀ ଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

0 minutes, 0 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଦୀର୍ଘ ୪୩ ବର୍ଷ ଧରି ଲେଖନୀ ମୁନରେ କଳାହାଣ୍ଡିର ବିଭିନ୍ନ ସମସ୍ୟା କୁ ରାଜ୍ୟ ଓ ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟିକଲା ଭଳି ସମ୍ବାଦ ପରିବେଷଣ ଯୋଗୁଁ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ବିଜୟ ଦ୍ବିବେଦୀ ଙ୍କୁ କଳାହାଣ୍ଡି ନିଶ୍ଚୟ ମନେ ରଖିବ। ଜଣେ ନିର୍ଭୀକ ସାମ୍ବାଦିକ ଭାବରେ କଳାହାଣ୍ଡି ପ୍ରତି ଥିବା ତାଙ୍କ ଅବଦାନ ଅବିସ୍ମରଣୀୟ ରହିବ ଓ ଏଥିଯୋଗୁଁ ବିଜୟ ବାବୁ ଅବର୍ତ୍ତମାନ ପରେ ମଧ୍ୟ ଦୀର୍ଘ ଦିନ ଧରି କଳାହାଣ୍ଡି ଜନ ସାଧାରଣ ଙ୍କ ସୃତିରେ ରହିବେ ବୋଲି କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ସ୍ଥାନୀୟ ଅମଲା ଭବନ ଠାରେ ଆୟୋଜିତ “ସ୍ମୃତି ସଭାରେ” ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ପରିଚାଳନାରେ ବିଶିଷ୍ଟ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ପରଲୋକରେ ଆୟୋଜିତ ସ୍ମୃତି ସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବିଜେଡି ଜିଲ୍ଲା ଉପ ସଭାପତି ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ବରିଷ୍ଠ ଆଇନଜୀବି ତଥା ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଓ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ସ୍ବର୍ଗତ ସାମ୍ବାଦିକ ବିଜୟ ଦ୍ବିବେଦୀ ଙ୍କ ସ୍ମୃତି ଚାରଣ କରିଥିଲେ। ୧୯୮୩ ମସିହାରୁ ବିଜୟ ବାବୁ ସାମ୍ବାଦିକତା ଜୀବନ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ଲେଖନୀ ଚାଳନା କରୁଥିଲେ। ୬୭ ବର୍ଷ ବୟସରେ ଅକ୍ଟୋବର ୨୨ ତାରିଖ ସକାଳେ ତାଙ୍କର ପରଲୋକ ହୋଇଛି। ଏହା କଳାହାଣ୍ଡି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବହୁ ସାମ୍ବାଦିକ, ରାଜନେତା ଓ ବୁଦ୍ଧିଜବିମାନେ ଏହି ସ୍ମୃତି ସଭାରେ ପ୍ରକାଶ କରିଥିଲେ। ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଅମଲା ସଂଘ ନେତା ରୂପ କେଶରୀ ଦଳେଇ, ସମାଜ ସେବୀ ସିଦ୍ଧାର୍ଥ ନାଏକ, ଭବାନୀ ଶଙ୍କର ନିଆଲ, ସାମ୍ବାଦିକ ମହମ୍ମଦ ଅଲ୍ଲୀ, ରଜନୀକାନ୍ତ ମିଶ୍ର, ରାଜକୁମାର ସିଂହ ଦେଓ, ଦେବେନ୍ଦ୍ର ବିଶି, ଲଳିତ କାନୁନଗୋ, ସ୍ଵାଧୀନ ପାତ୍ର ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ସାମ୍ବାଦିକ ମନ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭ ରେ ସାମ୍ବାଦିକ ସ୍ବର୍ଗତ ବିଜୟ ଦ୍ବିବେଦୀ ଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ସମସ୍ତେ ମହମବତି ଜଳାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts