ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:(ହେମନ୍ତ ସାହୁ ) ରାଜା ଦୁର୍ଗାମାଧବ ପ୍ରସାଦ ସିଂହ ଦେଓ ଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଉତ୍ସବ ଅବସର ରେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଅନନ୍ୟ ଉପହାର ବୋଲି ଉତ୍ସବ ଅବସର ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ଓଡିଶା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘ ତରଫରୁ ରାଜା ଦୁର୍ଗାମାଧବ ପ୍ରସାଦ ସିଂହ ଦେଓ ଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମ ଲୋଚନ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ପ୍ରଫେସର ସଞ୍ଜୟ କୁମାର ଶତପଥୀ ( କୁଳପତି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି), ମୁଖ୍ୟ ବକ୍ତା ପ୍ରଫେସର ନାଟ୍ୟକାର ନାରାୟଣ ସାହୁ , ବିଶିଷ୍ଟ ଅତିଥି କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ଗ୍ରନ୍ଥାବଳୀ ସମ୍ପାଦକ ପ୍ରଫେସର୍ ଡ଼ ଦାଶରଥି ଆଚାର୍ଯ୍ୟ, ପ୍ରକାଶକ ରାଜା ଦୁର୍ଗାମାଧବ ପ୍ରସାଦ ସିଂହ ଦେଓ ଙ୍କ ପୌତ୍ର ପ୍ରଫେସର ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଯୋଗ ଦେଇ ଥିବା ବେଳେ ସମ୍ପାଦକ ହେମନ୍ତ ସାହୁ ଚନ୍ଦ୍ର ମଣି ନାଟ୍ୟ ସଂଘ ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଅତିଥି ପରିଚୟ, ସ୍ଵାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା ଓ କଣ୍ଠଶିଳ୍ପୀ ଲିପ୍ସା ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି, ଅଧ୍ୟପକ ଗଦାଧର ପଧାନ,ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ନାଟ୍ୟ ସଂଘ ର ଉପ ସଭାପତି ଚିତ୍ତ ରଂଜନ ବାଗ, ବରିଷ୍ଠ ସଦସ୍ୟ ରାକେଶ କୁମାର ଶତପଥୀ, ଜିତେନ୍ଦ୍ର ପାତ୍ର, ପୃଥୀରାଜ ସିଂହ ଦେଓ, ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

