ସ୍ୱର୍ଗତ ରୋହିତ କୁମାର ବିଶ୍ୱାଲ ଙ୍କ ଉଦ୍ଧେଶ୍ଵରେ ଶ୍ରୁତିସଭା ଓ ରକ୍ତଦାନ ଶିବିର

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୋହନଗିରି ସାମ୍ବାଦିକ ରୋହିତ କୁମାର ବିଶ୍ବାଳ ଗତ ଫେବୃଆରୀ ୫ ତାରିଖ ୨୦୨୨ ମସିହାରେ ମାଓବାଦୀଙ୍କ ଦ୍ବାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲେ।ଖବର ସଂଗ୍ରହ କରିବାକୁ ଯାଇଥିବା ସ୍ବର୍ଗତ ବିଶ୍ବାଳ ନିଜେ ଖବର ପାଲଟି ଯିବେ ବୋଲି କେହି ବିଶ୍ବାସ କରିପାରୁ ନଥିଲେ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସମୂହଙ୍କ ପକ୍ଷରୁ ସ୍ବର୍ଗତ ରୋହିତ କୁମାର ବିଶ୍ବାଳଙ୍କ ସ୍ମୃତିରେ ଏକ ସ୍ମୃତି ସଭା ଆୟୋଜନ ପୂର୍ବକ ଜିଲ୍ଲା ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ଜିଲ୍ଲା ସଦରମହାକୁମା ସାମ୍ବାଦିକଙ୍କ ସମେତ ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳ ସ୍ତରର ସାମ୍ବାଦିକ ମାନେ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରାଇଥିଲେ।ଏହି ଅବସରରେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ରୋହିତ ବିଶ୍ବାଳଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରି ସ୍ମୃତି ସଭା ଓ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ରୋହିତ କୁମାର ବିଶ୍ବାଳ ସାମ୍ବାଦିକ ଜଗତରେ ଚିର ସ୍ମରଣୀୟ ରହିବେ ବୋଲି ବ୍ୟକ୍ତ କରିଥିଲେ।ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଉମାଶାଙ୍କର କର,ହର୍ଜିନ୍ଦର ସିଂ,ନ୍ୟୁଜ ଗ୍ୟାଲେରି ଖବରକାଗଜ ର ସମ୍ପାଦକ ହେମନ୍ତ କୁମାର ରାୟ,ରାଜକୁମାର ସିଂ ଦେଓ, ଯଶୋବନ୍ତ ଧ.ମାଝି ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ସ୍ବର୍ଗତ ବିଶ୍ବାଳଙ୍କ ମର୍ମନ୍ତୁଦ ଭାବେ ଅକାଳେ ବିୟୋଗ ଘଟିଥିବା ନେଇ ଭାବପ୍ରବଣ ହୋଇ ପଡ଼ିଥିଲେ।ତାଙ୍କ ଅନ୍ତେ ତାଙ୍କର ବିଧବା ମା,ପତ୍ନୀ ଓ ବାପା ଛେଉଣ୍ଡ ଗୋଟାଏ ଝିଅ ଓ ନାବାଳକ ପୁଅ ଅତି ଅସହାୟ ଜୀବନ ଜିଉଁ ଥିବା ନେଇ ଦୁଃଖ ପ୍ରକଟ କରିବା ସହିତ ଜିଲ୍ଲା ପ୍ରଶାସନର ପ୍ରତିଶୃତି ମୁତାବକ ତାଙ୍କ ବିଧବା ପତ୍ନୀ ମାଧବୀ ବିଶ୍ବାଳଙ୍କୁ ଗୁଜୁରାଣ ମେଣ୍ଟାଇବା ଭଳି ଯୋଗ୍ୟତା ଭିତ୍ତିରେ ପ୍ରଥମିକତାର ସହିତ କୌଣସି ସରକାରୀ ଚାକିରୀରେ ନିୟୋଜନ କରିବାକୁ ଦାବି ରଖିଥିଲେ। ଯୁବ ସାମ୍ବାଦିକ ଲକ୍ଷ୍ମଣ ସ୍ୱାଇଁ ସମୁଦାୟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।ସାମ୍ବାଦିକ ସମୂହଙ୍କ ପ୍ରଥମ ଉଦ୍ୟମରେ ଏହି ରକ୍ତଦାନ ଶିବିରରୁ ୩୦ ୟୁନିଟରୁ ଅଧିକ ରକ୍ତ ସଂଗୃହୀତ ହୋଇଥିଲା।ଶେଷରେ ସମସ୍ତ ଉପସ୍ଥିତ ଅତିଥି ଓ ରକ୍ତଦାତା ମାନଙ୍କୁ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଧନ୍ୟବାଦ ଦେଇ ରକ୍ତଦାନ ଶିବିରକୁ ସାଙ୍ଗ ଘୋଷଣା କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts