Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକର ଓସ୍ୱାନ ହଲ ସହିତ ସିଧାସଳଖ ଯୋଡିହୋଇ କର୍ମଚାରୀ ମାନେ ଶପଥ ପାଠ କରିଥିଲେ ।କଳାହାଣ୍ଡି ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ଯାଳୟ ନିକଟସ୍ଥ ଓସ ୱାନ ହଲ୍ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ)ବୈତାରୁ ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,କସ୍ତୁରୀ ପଣ୍ଡା, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ. କେ ଗୁରୁ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ସନ୍ତୋଷ କୁମାର ବିଶ୍ଵାଳ,ପି ଏ ଆଇ ଟି ଡି ଏ,ରାମକୃଷ୍ଣ ଗଣ୍ଡ,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ,ଡି ଏସ୍ ପି, ଭିଜିଲାନ୍ସ,ଭବାନୀପାଟଣା ଶାଖା, ପ୍ରଦୀପ କୁମାର ଆଇନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡିଇଜୀଏମ୍,ସଂଜୀବ କୁମାର ଚୌଧୁରୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ନାଗରିକ ଙ୍କ ପାଇଁ ସାଧୁତାର ଶପଥ ପାଠ କରିଥିଲେ।ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଙ୍କୁ ବିଭାଗୀୟ ଅଧିକାରୀ ଶପଥ ପାଠ କରାଇଥିଲେ । ଜିଲ୍ଲାର ସମସ୍ତ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ଏହି ଅବସରେ ନାଗରିକ ଙ୍କ ପାଇଁ ସାଧୁତାର ଶପଥ ପାଠ କରାଯାଇଥିଲେ।ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୩୦ ତାରିଖରେ ସକାଳ ୭ ଘଟିକା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ ଗୃହରେ ପୂର୍ବାହ୍ନ ୯.୩୦ସମୟରେ ଏକ ସଚେତନତା ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।
Editor, News Gallery Mob: 9439506580 Email: newsgallery.in@gmail.com
