Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଭଲ ଚାଷବାସ ସହିତ ପରିବାର ଓ ଗୃହ ପାଳିତ ପଶୁଙ୍କ ମଙ୍ଗଳ କାମନା ପୂର୍ବକ ପାଳିତ ହେଉଥିବା ଏହି ପର୍ବ ତିନି ବର୍ଷରେ ଥରେ ପାଳନ କରାଯାଇଥାଏ। କନ୍ଧବୋରିରେ ଏହି ପର୍ବ ପାଳନ କରାଯିବା ପୂର୍ବରୁ ଗାଁ ଗୌନ୍ତିଆ ଗୋବିନ୍ଦ ମାଝୀ ବିଭିନ୍ନ ଅଂଚଳରୁ ଜାନୀମାନଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ୭ ଜଣ ଜାନୀ ପୂଜାର ଦିନକ ଆଗରୁ ଆସି ଧରଣୀ ଗୁଡ଼ିରେ ଧୂପ ଦୀପ ଜାଳିବା ସହ ଧରଣୀ ଦେବୀ ତଥା ପାର୍ଶ୍ଵ ଦେବତାମାନଙ୍କୁ କୁଇ ଭାଷାରେ ମନ୍ତ୍ର ଉଚ୍ଚାରଣ କରି ଅହୋରାତ୍ର ଆବାହନ କରିଥିଲେ। ଦିବାରାତ୍ର ପୂର୍ବପୁରୁଷ, ଦେବାଦେବୀଙ୍କୁ ଆବାହନ ପରେ ଆଜି ଗାଁ ମଝିରେ ଥିବା ଧରଣୀ ଗୁଡ଼ିରେ ଆଦିବାସୀମାନେ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚଗୀତ କରି ଧରଣୀ ଦେବୀଙ୍କୁ ଶାନ୍ତ କରିବା ପାଇଁ ପୋଢ଼ବଳି ଦେଇଥିଲେ।
ଏହି ପୂଜାରେ ଜାନୀ ବାୟା ମାଝୀ, ପୁଙ୍ଗୁରି ମାଝୀ, ଚନ୍ଦ୍ର ମାଝୀ, ସମ୍ବା ମାଝୀ, ଋଷି ମାଝୀ, ଶୁକ୍ରୁ ମାଝୀ ପ୍ରମୁଖ ପୂଜାର୍ଚ୍ଚନାରେ ସାମିଲ ଥିବାବେଳେ ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କାନକୁଟରୁ ସମିତି ସଭ୍ୟ ମନୋହର ହରପାଲ, ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି କୈଳାସ ସାହୁ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ରମେଶ ନାୟକ ପ୍ରମୁଖ ଉପସ୍ଥିତ ରହି ଧରଣୀ ଦେବୀଙ୍କ ଆଶୀର୍ବାଦ ଲାଭ କରିଥିଲେ। କାନକୁଟ୍ରୁ ସରପଞ୍ଚ ବନମାଳି ମାଝୀଙ୍କ ନେତୃତ୍ୱରେ କନ୍ଧବୋରି ଗ୍ରାମବାସୀ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
