ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ନାରୀ ଅସୀମ ଶକ୍ତିର ଅଧିକାରିଣୀ। ସେ ଏକା ଧାରରେ ଜନନୀ ଭଗିନୀ ଏବଂ ଜାୟାର କାର୍ଯ୍ୟ ତୁଳାଇବାରେ ସକ୍ଷମ ହେବା ସହସହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ସୂତ୍ରଧାର ଟିଏ। ଏକା ସାଙ୍ଗରେ ସେ ଘରେ ତଥା ବାହାରେ ନିଜ କର୍ମକ୍ଷେତ୍ରରେ ନିଜ ଦାୟିତ୍ଵକୁ ସୁଚାରୁ ରୂପେ ତୁଳାଇପାରିଥାଏ କିଛି ଏଭଳି ମନ୍ତବ୍ୟ ଦେଇଥିଲେ ଉପସ୍ଥିତ ଅତିଥିଗଣ। କଳାହାଣ୍ଡି ଲେଖିକା ସଂଘର ୨୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମର ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ଉଦଘାଟକ ଭାବେ ସାରଳା ପୁରସ୍କାରପ୍ରାପ୍ତ ତଥା ସଂସ୍କୃତିବିତ୍ ଜୟନ୍ତ କୁମାର ବେହେରା, ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରାଶାସନିକ ସେବା ଶୁଭସ୍ମିତା ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକନନ୍ଦ ମହାନନ୍ଦ ଏବଂ ସମ୍ପାଦକ, ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦ ଶ୍ରୀ ବିରଞ୍ଚି ନାରାୟଣ ମୁଣ୍ଡ ଏବଂ ମୁଖ୍ୟବକ୍ତା ଭାବେ ଚକ୍ଷୁ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡା. ନିବେଦିତା ସାହୁ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ନେହଲତା ଷଡଙ୍ଗୀ ଦ୍ଵୀପ ପ୍ରଜ୍ବଳନ ମନ୍ତ୍ରପାଠ କରିଥିବାବେଳେ ସସ୍ମିତା ରଥ ଓ କାଜଲ ମହାରଣା ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ସବିତା ଶତପଥୀ। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ସଂଘର ମୁଖପତ୍ର ‘କଳ୍ପିତା’ ଉନ୍ମୋଚିତ ହୋଇଥିଲା।
ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦିକା କଳ୍ପନା ରଥ। ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ସଂଘର ପୂର୍ବତନ ସଭାପତି ‘ଚାରୁଲତା ମହାନ୍ତି ପ୍ରଦତ୍ତ ସମ୍ମାନ’ ସଂଘମିତ୍ରା କାନୁନଗୋଙ୍କୁ, ସାହସିକତା କ୍ଷେତ୍ରରେ ‘ଗିରିଶ କୁମାର ପ୍ରଦତ୍ତ ପ୍ରତୀମା ସ୍ମୁତି ସମ୍ମାନ’ ଯମୁନା ପଣ୍ଡାଙ୍କୁ ଏବଂ ଯୁବକବି କ୍ଷେତ୍ରରେ ‘ସ୍ନେହଲତା ବେହେରା ପ୍ରଦତ୍ତ ସମ୍ମାନ’ ଐଶ୍ଚର୍ଯ୍ୟା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଚ୍ଛଦପଟ ଶିଳ୍ପୀ ଭାବେ ଗାୟତ୍ରୀ ନିଆଲଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ସମସ୍ତଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ସ୍ବର୍ଣ୍ଣକାନ୍ତି ବୈକାର, ନିବେଦିତା ମହାନ୍ତି ଏବଂ ସୁମତି ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବନଶ୍ରୀ ଦାସ ପରିଚାଳନା କରିଥିବାବେଳେ ସହ ସମ୍ପାଦିକା ଦୀପ୍ତି ମୁଣ୍ଡ ଧନ୍ଯବାଦ ଅର୍ପଣ କରିଥିଲେ। ବନ୍ଦେମାତରଂ ଗାନ କରିଥିଲେ ପ୍ରଣତି ମିଶ୍ର। କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟା ଏବଂ ବହୁ ମାନ୍ଯଗଣ୍ଯ ବ୍ୟକ୍ତି ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରApril 21, 2026ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

