ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ରାଜ୍ଯ ସରକାର ନିର୍ବାଚନ ପୁର୍ବରୁ ଧାନ କୁଇଣ୍ଟାଲ ୩୧୦୦ଟଙ୍କା ରେ ଚାଷୀଙ୍କ ଠାରୁ କ୍ରୟ କରିବା ଏବଂ କଟନୀ ଛଟନୀ ହେବ ନାହି ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚିତ ପ୍ରତିଶୃତି ଦେଇଥିଲେ। ହେଲେ ଏବେ ମଣ୍ଡି ଗୁଡିକ ରେ ୧୦ ରୁ ୧୨କେଜି ଧାନ କଟନୀ ଛଟନୀ କରାଯାଇ ଚାଷୀମାନ ଙ୍କୁ ହଇରାଣ କରିବା ସହ ଶୋଷଣ କରାଯାଉଛି।
ପୁଣି ମଣ୍ଡି ଗୁଡିକ ର ଭିତ୍ତିଭୂମିର ଅବସ୍ଥା ଦୟନୀୟ ତେଣୁ ମଣ୍ଡି ଗୁଡିକ ର ଭିତ୍ତିଭୁମି ଠିକ୍ କରିବା ସହ କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରି ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା ପ୍ରତିବାଦରେ ଭବାନୀପାଟଣା ନିର୍ବାଚନମଣ୍ଡଳୀ ବିଧାୟକ ସାଗର ଚରଣ ଦାସ ନିର୍ବାଚନମଣ୍ଡଳୀ ସମ୍ପୂର୍ଣ୍ଣ ବନ୍ଦ ଆହ୍ଵାନ ଡାକରା ଦେଇଥିଲେ।ସେହି ପରିପ୍ରେକ୍ଷୀରେ ଆଜି ଭବାନୀପାଟଣା ଓ କେସିଙ୍ଗା ର ଦୋକାନ ବଜାର ଗାଡି ମଟର ବସ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । କଂଗ୍ରେସ କର୍ମୀମାନେ ଭବାନୀପାଟଣା ସହର ପିପଲ ନାଳ,ଘୋଡାଘାଟ ଓ ନକଟିଗୁଡା ଛକ ରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ।
ପିପଳନାଳା ଠାରେ ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ,ଉପ ସଭାପତି ଉଛବ ସାହୁ,ଇନ୍ଦ୍ରଜିତ୍ ମହାକୁଡ,ସିଦ୍ଧାର୍ଥ ନାୟକ,ମହମ୍ମଦ୍ ସାହେବ,ସୁକାନ୍ତି ସରାଫ ଦ୍ରୌପଦୀମାଁଝି, ସୁବାଷ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନୀ,ଜଳନ୍ଧର ନାୟକ,ଘୋଡା ଘାଟ ଛକରେ ସଚିନ ନାୟକ,ସନ୍ତୋଷ ପ୍ରଧାନ,ଲକ୍ଷ୍ମୀ ପ୍ରିୟା ନାୟକ,ସୈଭାଗ୍ୟ ମଲିକ୍ ଏବଂ ନକଟିଗୁଡା ଛକ ରେ ଜିଲା ଉପ ସଭାପତି ଧନୁର୍ଦ୍ଧର ଗହୀର ଙ୍କ ନେତୃତ୍ଵରେ ରାସ୍ତା ରୋକ କରାଯାଇ ବିଭିନ୍ନ ପ୍ରକାର ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

