ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ରାଜ୍ଯ ସରକାର ନିର୍ବାଚନ ପୁର୍ବରୁ ଧାନ କୁଇଣ୍ଟାଲ ୩୧୦୦ଟଙ୍କା ରେ ଚାଷୀଙ୍କ ଠାରୁ କ୍ରୟ କରିବା ଏବଂ କଟନୀ ଛଟନୀ ହେବ ନାହି ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚିତ ପ୍ରତିଶୃତି ଦେଇଥିଲେ। ହେଲେ ଏବେ ମଣ୍ଡି ଗୁଡିକ ରେ ୧୦ ରୁ ୧୨କେଜି ଧାନ କଟନୀ ଛଟନୀ କରାଯାଇ ଚାଷୀମାନ ଙ୍କୁ ହଇରାଣ କରିବା ସହ ଶୋଷଣ କରାଯାଉଛି।
ପୁଣି ମଣ୍ଡି ଗୁଡିକ ର ଭିତ୍ତିଭୂମିର ଅବସ୍ଥା ଦୟନୀୟ ତେଣୁ ମଣ୍ଡି ଗୁଡିକ ର ଭିତ୍ତିଭୁମି ଠିକ୍ କରିବା ସହ କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରି ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା ପ୍ରତିବାଦରେ ଭବାନୀପାଟଣା ନିର୍ବାଚନମଣ୍ଡଳୀ ବିଧାୟକ ସାଗର ଚରଣ ଦାସ ନିର୍ବାଚନମଣ୍ଡଳୀ ସମ୍ପୂର୍ଣ୍ଣ ବନ୍ଦ ଆହ୍ଵାନ ଡାକରା ଦେଇଥିଲେ।ସେହି ପରିପ୍ରେକ୍ଷୀରେ ଆଜି ଭବାନୀପାଟଣା ଓ କେସିଙ୍ଗା ର ଦୋକାନ ବଜାର ଗାଡି ମଟର ବସ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । କଂଗ୍ରେସ କର୍ମୀମାନେ ଭବାନୀପାଟଣା ସହର ପିପଲ ନାଳ,ଘୋଡାଘାଟ ଓ ନକଟିଗୁଡା ଛକ ରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ।
ପିପଳନାଳା ଠାରେ ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ,ଉପ ସଭାପତି ଉଛବ ସାହୁ,ଇନ୍ଦ୍ରଜିତ୍ ମହାକୁଡ,ସିଦ୍ଧାର୍ଥ ନାୟକ,ମହମ୍ମଦ୍ ସାହେବ,ସୁକାନ୍ତି ସରାଫ ଦ୍ରୌପଦୀମାଁଝି, ସୁବାଷ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନୀ,ଜଳନ୍ଧର ନାୟକ,ଘୋଡା ଘାଟ ଛକରେ ସଚିନ ନାୟକ,ସନ୍ତୋଷ ପ୍ରଧାନ,ଲକ୍ଷ୍ମୀ ପ୍ରିୟା ନାୟକ,ସୈଭାଗ୍ୟ ମଲିକ୍ ଏବଂ ନକଟିଗୁଡା ଛକ ରେ ଜିଲା ଉପ ସଭାପତି ଧନୁର୍ଦ୍ଧର ଗହୀର ଙ୍କ ନେତୃତ୍ଵରେ ରାସ୍ତା ରୋକ କରାଯାଇ ବିଭିନ୍ନ ପ୍ରକାର ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

