ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଭବାନୀପାଟଣା ସ୍ଥିତ ହୋଟେଲ ରୟାଲ ଗାର୍ଡେନ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି. ସର୍ବ ସଂମତି କ୍ରମେ ସଭାପତି ଭାବେ ବିଜୟ ସାହୁ, ସାଧାରଣ ସମ୍ପାଦକ ଭାବେ ନିରୋଜ କୁମାର ସାହୁ, ଉପ ସଭାପତି ଭାବେ ଶେଖ ଅରସଦ, ଦିନେଶ କୁମାର ସାହୁ, ସହ ସମ୍ପାଦକ ଭାବେ ସଚିତାନନ୍ଦ ସାହୁ, ପ୍ରମୋଦ ଜୈନ, ସଂଗଠନ ସମ୍ପାଦକ ଭାବେ ଭଗବାନ ଦାସ ବଜାଜ, ନରେଶ କାକୃଜା, ପ୍ରସାର ପ୍ରଚାର ସମ୍ପାଦକ ଭାବେ ଯୋଗେଶ ଜୈନ, ସଂକୃତିକ ସମ୍ପାଦକ ଭାବେ ଦୀପକ ଆରୋରା, କୋଷାଧ୍ୟକ୍ଷ ଭାବେ ଏ. ଆର ରହିମ ସର୍ବସଂମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ପ୍ରତ୍ୟକ ଟ୍ରେଡ଼ ରେ ଦୁଇଜଣ କରି ସମ୍ପାଦକ ଓ ସହ ସମ୍ପାଦକ ଚୟନ କରାଯାଇଛି. ସହରରେ ଚାଲିଥିବାଚୋରି, ଡକାୟତି ପାଇଁ କଳାହାଣ୍ଡି ଏସପି ଙ୍କୁ ଦୃଷ୍ଟି ଆକର୍ଷଣ କରାଯିବା ସହ ବିଦ୍ୟୁତ ବିଭାଗ ର ମନାମାନୀ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଆଗକୁ ଏଭଳି କାର୍ଯ୍ୟକ୍ରମକୁ ବଣିକ ସଂଘ ବିରୋଧ କରିବ ବୋଲି ମଧ୍ୟ ନିଷ୍ପତି ହୋଇଛି । ଆସନ୍ତା ବର୍ଷର ବାର୍ଷିକୀ ଉତ୍ସବ ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ବଣିକ ସଂଘ ର ସଭାପତି ବିଜୟ ସାହୁ ପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

