ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଭବାନୀପାଟଣା ସ୍ଥିତ ହୋଟେଲ ରୟାଲ ଗାର୍ଡେନ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି. ସର୍ବ ସଂମତି କ୍ରମେ ସଭାପତି ଭାବେ ବିଜୟ ସାହୁ, ସାଧାରଣ ସମ୍ପାଦକ ଭାବେ ନିରୋଜ କୁମାର ସାହୁ, ଉପ ସଭାପତି ଭାବେ ଶେଖ ଅରସଦ, ଦିନେଶ କୁମାର ସାହୁ, ସହ ସମ୍ପାଦକ ଭାବେ ସଚିତାନନ୍ଦ ସାହୁ, ପ୍ରମୋଦ ଜୈନ, ସଂଗଠନ ସମ୍ପାଦକ ଭାବେ ଭଗବାନ ଦାସ ବଜାଜ, ନରେଶ କାକୃଜା, ପ୍ରସାର ପ୍ରଚାର ସମ୍ପାଦକ ଭାବେ ଯୋଗେଶ ଜୈନ, ସଂକୃତିକ ସମ୍ପାଦକ ଭାବେ ଦୀପକ ଆରୋରା, କୋଷାଧ୍ୟକ୍ଷ ଭାବେ ଏ. ଆର ରହିମ ସର୍ବସଂମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ପ୍ରତ୍ୟକ ଟ୍ରେଡ଼ ରେ ଦୁଇଜଣ କରି ସମ୍ପାଦକ ଓ ସହ ସମ୍ପାଦକ ଚୟନ କରାଯାଇଛି. ସହରରେ ଚାଲିଥିବାଚୋରି, ଡକାୟତି ପାଇଁ କଳାହାଣ୍ଡି ଏସପି ଙ୍କୁ ଦୃଷ୍ଟି ଆକର୍ଷଣ କରାଯିବା ସହ ବିଦ୍ୟୁତ ବିଭାଗ ର ମନାମାନୀ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଆଗକୁ ଏଭଳି କାର୍ଯ୍ୟକ୍ରମକୁ ବଣିକ ସଂଘ ବିରୋଧ କରିବ ବୋଲି ମଧ୍ୟ ନିଷ୍ପତି ହୋଇଛି । ଆସନ୍ତା ବର୍ଷର ବାର୍ଷିକୀ ଉତ୍ସବ ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ବଣିକ ସଂଘ ର ସଭାପତି ବିଜୟ ସାହୁ ପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

